/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727760426.jpg)
Police ASI Suspended
ଭୁବନେଶ୍ବର ଭରତପୁର ଥାନା ଘଟଣାକୁ ନେଇ ଚର୍ଚ୍ଚା ନଥମୁଣୁ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରୁ ଆସିଛି ଆଉ ଏକ ବିବାଦୀୟ ଘଟଣା। ଜଣେ ବ୍ୟକ୍ତିଙ୍କୁ ରାଜନଗର ଥାନା ପୋଲିସ ବିନା କାରଣରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
Advertisment
ଅଭିଯୋଗ ଆଣିଛନ୍ତି ରାଜନଗର ଥାନା ଅନ୍ତର୍ଗତ ହଂସିଣାଗୁଳା ଗାଁର ପ୍ରମୋଦ ବିଶ୍ବାଳ। ତାଙ୍କ କହିବା କଥା, ସେ ଦୋକାନରେ ଥିବାବେଳେ ରାଜନଗର ପୋଲିସ୍ ASI ନରେନ୍ଦ୍ର କୁମାର ସିଂ ଜଣେ ବ୍ୟକ୍ତିଙ୍କ ଠିକଣା ପଚାରିଥିଲେ। ପ୍ରମୋଦ ଠିକଣା କହିବା ପରେ ପୋଲିସ୍ ସେଠାରୁ ଚାଲିଯାଇଥିଲେ। ପରେ ଫେରିଆସି ହଠାତ ପ୍ରମୋଦଙ୍କୁ ମାଡ଼ମାରିଥିବା ଅଭିଯୋଗ କରିଛନ୍ତି ପ୍ରମୋଦ।
ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ଅଭିନେତ୍ରୀଙ୍କୁ ନିର୍ଯାତନା, ନିଲମ୍ବିତ ହେଲେ ଆନ୍ଧ୍ରପ୍ରଦେଶର ୩ ବରିଷ୍ଠ IPS
Advertisment
ତେବେ ତାଙ୍କୁ ପରିବାର ଲୋକେ ପ୍ରଥମେ ରାଜନଗର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଗତ ୨୮ ତାରିଖର ଏହି ଘଟଣାରେ ନ୍ୟାୟ ପାଇଁ ପ୍ରମୋଦ ଓ ତାଙ୍କ ପରିବାର କେନ୍ଦ୍ରାପଡ଼ା ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ। ଏସପି ରାଜନଗର ଥାନାର ସଂପୃକ୍ତ ASI ନରେନ୍ଦ୍ର କୁମାର ସିଂଙ୍କୁ ନିଲମ୍ବନ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)