Advertisment

ଚାକିରିରୁ ତଡ଼ା ଖାଇଲେ ପ୍ରସନ୍ନ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ପରଠୁ ଚର୍ଚ୍ଚାର ଘେରକୁ ଆସିଥିବା ଏହି ହୋଟେଲ୍ ସାଉଥ୍ ସିଟିରେ ଭାଇ ନାଁରେ ଲାଇସେନ୍ସ ଆଣି ବାର୍ ଅପରେଟ୍ କରୁଥିଲା ପ୍ରସନ୍ନ। କିନ୍ତୁ ବିନା ଲାଇସେନ୍ସରେ ଏବଂ କୋଭିଡ୍ କଟକଣା ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ବାର ଚଳାଉଥିଲା।

author-image
Chandan Shishu
commissioner Of Police

commissioner Of Police

ଭୁବନେଶ୍ୱର: ହୋଟେଲ୍ ସାଉଥ୍ ସିଟିରେ ବିନା ଲାଇସେନ୍ସ ଓ କୋଭିଡ୍ କଟକଣା ଉଲ୍ଲଂଘନ କରି ବାର୍ ଚଳାଉଥିବା ମାମଲାରେ ସଂପୃକ୍ତ ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ବହିଷ୍କାର। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ପ୍ରସନ୍ନ ନାଁରେ ୮ଟି ବିଭାଗୀୟ ପ୍ରୋସିଡିଂ ଏବଂ ୫ଟି ଫୌଜଦାରୀ ମାମଲା ରହିଥିଲା। ଗତକାଲି ପ୍ରସନ୍ନଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଥିବାବେଳେ ଦିନକ ପୂର୍ବରୁ ନିଲମ୍ବିତ କରାଯାଇଥିଲା। ନିଜ ଭାଇ ନାଁରେ ଲିଜ୍ ନେଇ ବେଆଇନ ଭାବେ ହୋଟେଲ୍ ସାଉଥ୍ ସିଟି ବାର୍‌କୁ  ଅପରେଟ୍ କରୁଥିଲା ନିଜେ ପ୍ରସନ୍ନ।

Advertisment

ମନୀଷ ଦାସ ହତ୍ୟା ମାମଲାରେ ସାଉଥ ସିଟି ବାର୍‌ରେ ରେଡ୍ ପରେ ଗୁମର ଖୋଲୁଛି। ବାର୍‌ରେ ରେଡ୍‌ ବେଳେ ବିପୁଳ ପରିମାଣର ମଦ ଓ ଟଙ୍କା ବିଡ଼ା ଜବତ କରାଯାଇଥିଲା। ବାରରେ ବିଡ଼ା ବିଡ଼ା ୧୦ ଟଙ୍କିଆ ଓ ୫୦ ଟଙ୍କିଆ ନୋଟ୍ ଜବତ ହୋଇଛି। ବାର୍ ଗାର୍ଲଙ୍କ ଉପରେ ଉଡ଼ାଇବାକୁ ଟଙ୍କା ରହିଥିବା ଅନୁମାନ କରାଯାଉଛି। ତେବେ ଟଙ୍କା ଗୁଡ଼ିକ ଅସଲି କି ନକଲି ଏଯାଏଁ କିଛି ସ୍ପଷ୍ଟ ହୋଇନି। 

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ପରଠୁ ଚର୍ଚ୍ଚାର ଘେରକୁ ଆସିଥିବା ଏହି ହୋଟେଲ୍ ସାଉଥ୍ ସିଟିରେ ଭାଇ ନାଁରେ ଲାଇସେନ୍ସ ଆଣି ବାର୍ ଅପରେଟ୍ କରୁଥିଲା ପ୍ରସନ୍ନ। କିନ୍ତୁ ବିନା ଲାଇସେନ୍ସରେ ଏବଂ କୋଭିଡ୍ କଟକଣା ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ବାର ଚଳାଉଥିଲା। ଯାହାର ଏକ ଭିଡ଼ିଓ ବି ସାମ୍ନାକୁ ଆସିଥିଲା।

Advertisment
Manish Anurag Senior Journalist Navin Das Navin Das Son's Death Case Navin Das Son Murder Manish Anurag Murder Case
Advertisment
Advertisment