Advertisment

ଅମାନୁଷିକ, ବର୍ବର କାଣ୍ଡ; କନଷ୍ଟେବଲଙ୍କ ଉପରେ ଗରମ ପାଣି ଫିଙ୍ଗିଲେ ହାବିଲଦାର..

ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଅଘଟଣ । ଅଗ୍ନିଶମ କନଷ୍ଟେବଲଙ୍କ ଉପରକୁ ଗରମ ପାଣି ଫିଙ୍ଗିଲେ ହାବିଲଦାର ।

author-image
Sujit kumar Swain
ଅଦ୍ୟତନ ହୋଇଛି
Constable Attacked

Constable Attacked

ଅମାନୁଷିକ, ବର୍ବର କାଣ୍ଡ। ସହକର୍ମୀଙ୍କ ଉପରେ ଗରମ ପାଣି ଫିଙ୍ଗିଲେ ହାବିଲଦାର। ଏମିତି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରୁ। ଅଗ୍ନିଶମ କାର୍ଯ୍ୟାଳୟରେ ଏମିତି ଘଟଣା ଘଟିଛି । 

Advertisment

ଅଭିଯୋଗ ହୋଇଛି, ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କନଷ୍ଟେବଳ ଦୁଷ୍ମନ୍ତ ଦେହୁରୀ ଗତକାଲି ବିଳମ୍ବରେ ଅଫିସରେ ପହଞ୍ଚିଥିଲେ। ଏହାକୁ ନେଇ ହାବିଲଦାର ନୂତନ ମଲ୍ଲିକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସଂପୃକ୍ତ ହାବିଲଦାର କନଷ୍ଟେବଳ ଦୁଷ୍ମନ୍ତଙ୍କ ଉପରକୁ ଗରମ ପାଣି ଫିଙ୍ଗି ଦେଇଥିଲେ।

ତାଙ୍କ ଦୁଇ ଜଙ୍ଗ ଓ ଗୋଡରେ ଗରମ ପାଣି ପଡ଼ି ଚମ ଉଠିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ସଂପୃକ୍ତ ହାବିଲଦାର କିମ୍ବା ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରତିକ୍ରିୟା ମିଳି ନାହିଁ। 

Advertisment
Police Constable
Advertisment
Advertisment