• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ କମୁନି ଅପରାଧ । ନିଦା ବିଷ୍ଣୁ ପାଲଟିଛି କମିଶନରେଟ ପୋଲିସ । ଦିନ ଦିପହରରେ ଚୋରି ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ, ସବୁକିଛି ଖୁଲମଖୁଲା ଚାଲିଛି । ଅଭିଯୁକ୍ତଙ୍କ ଟେର ମଧ୍ୟ ମିଳୁନି । ଆରାମରେ ଅପରାଧ ଘଟେଇ ଖସି ପଳାଉଛନ୍ତି ଅପରାଧୀ ।

ଅପରାଧୀଙ୍କ ଚରାଭୂଇଁ ପାଲଟି ଗଲାଣି ରାଜଧାନୀ ଭୁବନେଶ୍ବର । ଦେହ ବେପାରଠାରୁ ଆରମ୍ଭ କରି, ଛିନତାଇ ପର୍ଯ୍ୟନ୍ତ, ରାଜ୍ୟରେ ରାଜଧାନୀର ନାମ ସର୍ବାଗ୍ରେ ଆସିବ । ଖବର କାଗଜ ପୃଷ୍ଠା ଲେଉଟାଇଲେ ଚୋରୀ, ହତ୍ୟା, ଦୁଷ୍କର୍ମ ଭଳି ଅପରାଧରେ ରାଜଧାନୀର ନାମ ରହିବା ନିଶ୍ଚିନ୍ତ ।

ଆଜି ପୁଣି ଏକ ହଣାକଟାର ଖବର ସମ୍ନାକୁ ଆସିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠରେ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଛନ୍ତି ଦୁର୍ବୃର୍ତ୍ତ । ଖଣ୍ଡା ଚୋଟରେ ଗୁରୁତର ହୋଇଛନ୍ତି ହୋଟେଲ ମଲିକ । ହୋଟେଲ ମଲିକଙ୍କ ନାଁ ସାଜନ ସାମଲ । ଘଟଣା ଘଟିଛି ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଅଞ୍ଚଳରେ ।

ଗତକାଲି ଦୁର୍ଗା ମେଢ଼ ଭସାଣି ଚାଲିଥିବା ବେଳେ ଦୁର୍ବୃର୍ତ୍ତମାନେ ଆସି ସାଜନଙ୍କୁ ହଠାତ୍ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲେ । ଆହତ ସାଜନଙ୍କ ଅଭିଯୋଗ ଅନୁସାରେ ଦଶହରା ସମୟରେ ହୋଟେଲ ବନ୍ଦ ଥିବା ବେଳେ କିଛି ଅଜଣା ବ୍ୟକ୍ତି ତାଙ୍କ ଦୋକାନରେ ପଶି ଚୋରି କରୁଥିଲେ ।

ସିସିଟିଭି ଦେଖି ସାଜନ ସମସ୍ତ ଚୋରଙ୍କୁ ଧରି ପୋଲିସ ଜିମା ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ପୋଲିସ ସେମାନଙ୍କୁ ଛାଡ଼ି ଦେବାରୁ ସେମାନେ ଆସି ଗତକାଲି ରାତିରେ ସାଜନଙ୍କୁ ଆକ୍ରମଣ କରିଥିଲେ। ପୋଲିସ ପୁଣି ସିସିଟିଭି ଫୁଟେଜକୁ ଧରି ତନାଘନା ଚଳାଇଛି।