ନୂଆ ଗ୍ୟାଙ୍ଗ, ନୂଆ ଷ୍ଟାଇଲ । ବିହାରରୁ ଆଣୁଥିଲେ ବନ୍ଧୁକ, ଭୁବନେଶ୍ବରରେ ଖେଳାଉଥିଲେ ଆତଙ୍କ । ସୁପାରିଂ କିଲିଂଠୁ ଆରମ୍ଭ କରି କିଡନାପିଂ, ବାଲିଘାଟ ନିଲାମ ଅବା ଟେଣ୍ଡର ଫିକ୍ସିଂ ଭଳି ଡିଲ୍ କରୁଥିଲେ । ଯାହାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରଶ୍ମିରଂଜନ ସ୍ବାଇଁ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୬ ବନ୍ଧୁକ ଜବତ କରିଛି ପୋଲିସ । ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ଏମାନେ ଟୁଇନ ସିଟି ଓ ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ । ଆଉ ଯିଏବି ସୁପାରୀ ଦେଉଥିଲା ତେବେ ଅପରହଣ, ହତ୍ୟା କରିବାକୁ ପଛାଉନଥିଲା ଏହି ଗ୍ୟାଙ୍ଗ ।
Also Read
ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଅବକାରୀ ଜଏଣ୍ଟ କମିଶନର, ମାଳ ମାଳ ଘର ଓ ପ୍ଲଟ୍ ଠାବ
ରାତ୍ରିକାଳୀନ ଚେକିଂ ବେଳେ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଧରିଥିଲା କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ଆଉ ସର୍ଚ୍ଚ ବେଳେ ସମସ୍ତଙ୍କ ପକେଟରୁ ବାହାରିଥିଲା ଚୋରା ବନ୍ଧୁକ। ମାଷ୍ଟର ମାଇଣ୍ଡ ରଶ୍ମି ରଂଜନ ସ୍ବାଇଁ ସମେତ ଉତ୍କଳ କେଶରୀ ଖୁଣ୍ଟିଆ, ଆକାଶ ଚନ୍ଦ୍ର ଜେନା, ଚିରଞ୍ଜୀବି ଜେନା ଓରଫ ଚିକୁ, ମହମ୍ମଦ ସମସେର ଓ ସେକ ଆଜାରୁଦ୍ଦିନକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଚୋରା ବନ୍ଧୁକ କାରାବାରର ଖୋଲତାଡ଼ ପାଇଁ ସମସ୍ତଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସ ଯୋଜନା ରଖିଛି ।
ବିହାରରୁ ସିଧାସଳଖ ଆସୁଥିଲା କି ବନ୍ଧୁକ ? କିଏ କରୁଥିଲା ବନ୍ଧୁକ ସପ୍ଲାଇ ? କେଉଁ ଆଡେ ସବୁ ବନ୍ଧୁକ ବିକିଛି ଗ୍ୟାଙ୍ଗ? ରିମାଣ୍ଡରେ ଆଣି ପଚରାଉଚରା ପରେ ଖୋଲିପାରେ ରହସ୍ୟ ।
#ଧରାପଡ଼ିଲା_ବନ୍ଧୁକ_ସପ୍ଲାଏ_ଗ୍ୟାଙ୍ଗ
— ଓଟିଭି (@otvkhabar) July 29, 2024
କମିଶନରେଟ୍ ପୋଲିସ ହାତରେ ବନ୍ଧୁକ ସପ୍ଲାଏ ଗ୍ୟାଙ୍ଗ। ଗିରଫ ହେଲେ ୬ ଚୋରା ବନ୍ଧୁକ ବେପାରୀ । #Bhubaneswar #Odisha #GUN #OTV pic.twitter.com/1iGXY7novH
- Reported by:
- CHANDAN PAIKRAY