/odishatv-khabar/media/post_attachments/uploadimage/library/16_9/16_9_0/Lootera_1727439697.jpg)
Lootera
ସୁରତରୁ ଆସି ଭୁବନେଶ୍ବରରେ ଲୁଟୁଥିଲେ, ଟାଗେର୍ଟରେ ଥିଲେ ମହିଳା ଓ ବୟସ୍କ। ଏମିତି କିଛି ସୁନା ଚେନ୍ ଲୁଟେରାଙ୍କୁ ଧରିଛି କମିଶନରେଟ୍ ପୋଲିସ୍ । ଭୁବନେଶ୍ବର ଓ କଟକରେ ଏକାଧିକ ସୁନା ଚେନ୍ ଲୁଟ୍ ମାମଲାରେ ସଂପୃକ୍ତ ଥିବା ଗ୍ୟାଙ୍ଗକୁ ପୋଲିସ୍ ଧରିଛି । ୭ ଜଣ ସାବାଳକ ଓ ଜଣେ ନାବାଳକଙ୍କୁ କାବୁ କରାଯାଇଛି ।
ବଡ଼ଗଡ଼ ବ୍ରିଟ୍ କଲୋନୀ ଅଞ୍ଚଳରେ ରହୁଥିବା ସୌଦାମିନୀ ସ୍ୱାଇଁ । ବୟସ ପାଖାପାଖି ୭୦ । ମନ୍ଦିରକୁ ଯିବା ବେଳେ ଏହି ବୟସ୍କ ମହିଳାଙ୍କ ଠାରୁ ଲୁଟିଥିଲେ ଲୁଟେରା । କେବଳ ଏହି ଗୋଟିଏ ଘଟଣା ନୁହେଁ, ରାଜଧାନୀ ଭୁବନେଶ୍ବର ଓ କଟକରେ ମର୍ଣ୍ଣିୱାକ୍ ସହ ମନ୍ଦିର ଯାଉଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲେ ଲୁଟେରା ଗ୍ୟାଙ୍ଗ । ଯେଉଁ ଗ୍ୟାଙ୍ଗର ୪ ଜଣ ଲୁଟେରାଙ୍କୁ କାବୁ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ଏହି ଗ୍ୟାଙ୍ଗରେ ଜଣେ ନାବାଳକ ଥିବା ବେଳେ ଅନ୍ୟମାନେ ସମସ୍ତେ ଗୁଜୁରାଟ ସୁରତ ସହରର । ସେମାନଙ୍କ ଠାରୁ ୮୦ ଗ୍ରାମ ଓଜନର ୮ଟି ସୁନା ଚେନ, ୫ଟି ଇମିଟେସନ ଚେନ, ଦୁଇଟି ପଲସର ବାଇକ, ଏକ ଧାରୁଆ ଛୁରୀ ଜବତ ହୋଇଛି । ଗତ ୨ ମାସ ଧରି ଏମାନେ ବଡ଼ଗଡ଼, ଲକ୍ଷ୍ମୀସାଗର , ତମାଣ୍ଡୋ ଅଞ୍ଚଳରେ ବେଶ ଆକ୍ଟିଭ ଥିଲେ । ଭୁବନେଶ୍ୱର ଓ କଟକରେ ଅଭିଯୁକ୍ତଙ୍କ ନାଁ ୯ଟି ଚେନ ଲୁଟ୍ ମାମଲା ରହିଥିବା କହିଛନ୍ତି କମିଶନର ।
ଲୁଟେରା ଗ୍ୟାଙ୍ଗ ମୁଖ୍ୟ ସୁବାସ ପ୍ରଧାନ ନାଁରେ କେବଳ ଲୁଟ ନୁହେଁ ହତ୍ୟା ମାମଲା ମଧ୍ୟ ରହିଛି । ଏପରିକି ପୁରୀ ଚନ୍ଦନପୁର ପୋଲିସ ଏନକାଉଣ୍ଟରର ମଧ୍ୟ ଶିକାର ହୋଇଥିଲା ସୁବାସ । ଏହି ଗ୍ୟାଙ୍ଗ ଲୁଟ ସୁନାକୁ ବନ୍ଧା ପକାଇ ସେହି ଟଙ୍କାରେ ବ୍ରାଣ୍ଡେଡ଼ କପଡା, ଦାମୀ ଜୋତା ଓ ମଦ ପିଇବା ସହ ଯୁବତୀଙ୍କ ପଛରେ ଉଡାଉଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି । ଆଗକୁ ପାର୍ବଣ । ଏହି ସମୟରେ ବଡ଼ ଲୁଟ କରିବାକୁ ଯୋଜନା ରଖିଥିଲେ ଏହି ଲୁଟେରା ଗ୍ୟାଙ୍ଗ। ତା ପୂର୍ବରୁ ପୋଲିସ ଏମାନଙ୍କୁ ବାନ୍ଧି ଜେଲ ପଠାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)