Advertisment

College Student Gang Raped: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ; ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ୍ କରୁଥିଲା ବୟଫ୍ରେଣ୍ଡ୍ !

ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
College Student Gang Raped

College Student Gang Raped

Advertisment

କଟକ ସହରରେ ଲଜ୍ଜା। ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗତ ଦଶହରାବେଳେ କଟକ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଛାତ୍ରୀ ଜଣକ ତାଙ୍କ ବୟଫ୍ରେଣ୍ଡ୍ ସହ ଜନ୍ମଦିନ ପାଳନ କରିଥିଲେ। ସେଠାରେ ଛାତ୍ରୀଙ୍କ ଅଜାଣତରେ ଆପତ୍ତିଜନକ ଭିଡ଼ିଓ ଉତ୍ତୋଳନ କରିଥିଲା ଅଭିଯୁକ୍ତ ବୟଫ୍ରେଣ୍ଡ୍। ଏଥିରେ ସହଯୋଗ କରିଥିଲେ କାଫେ ଚଳାଉଥିବା ଭଗତପୁର ଅଞ୍ଚଳର ଯୁବକ। ଏହି ଭିଡିଓ ରଖି କାଫେ ମାଲିକ ଓ ବୟଫ୍ରେଣ୍ଡ୍ର ତାଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକିଥିଲେ। ଛାତ୍ରୀ ଜଣକ ସେଠାରେ ପହଞ୍ଚିବା ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି। 

ଅଧିକ ପଢ଼ନ୍ତୁ: Bhubaneswar Road Accident: ରାଜଧାନୀରେ ଦୁର୍ଘଟଣା; ଦ୍ରୁତଗତିରେ ଆସି ଟ୍ରାଫିକ ଫୋଷ୍ଟକୁ ଉଡାଇଲା କାର୍

Advertisment

ଏହି ଘଟଣାରେ ବାଦାମବାଡ଼ି ପୋଲିସ ବୟଫ୍ରେଣ୍ଡ ସହ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ମାନଙ୍କ ମଧ୍ୟରେ ୩ ଜଣ ହେଉଛନ୍ତି ଝାଞ୍ଜିରିମଙ୍ଗଳା ଅଂଚଳର। ବାରଙ୍ଗ ଅଞ୍ଚଳର ଜଣେ କାଫେ ମାଲିକ, ଭଗତପୁର ଅଞ୍ଚଳର ଅଭିଯୁକ୍ତ ସହ ଖୋର୍ଦ୍ଧା ନୟାଗଡ଼ ଅଞ୍ଚଳର ଜଣେ ଅଭିଯୁକ୍ତ ରହିଛନ୍ତି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

ଏପଟେ ଗଣଦୁଷ୍କର୍ମ ଘଟଣାକୁ ନେଇ ବଡ଼ ବୟାନ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଲେ -ମହିଳାଙ୍କ ହିଂସା କ୍ଷେତ୍ରରେ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ରହିଛି । ମହିଳାଙ୍କ ପ୍ରତି ହିଂସାକୁ କଠୋର ଭାବେ ଦମନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କଟକ ଘଟଣାରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । କୌଣସି ଟାଳଟୁଳ ହେବନି, ଦୋଷୀକୁ ଦଣ୍ଡିତ ପାଇଁ ସବୁ ପଦକ୍ଷେପ ନିଆଯିବ । ୨୦୩୬ ସୁଦ୍ଧା ଓଡ଼ିଶା ଦେଶରେ ମହିଳା ବିରୋଧୀ ଅପରାଧ ମୁକ୍ତ ହେବ ବୋଲି କହିଲେ । 

Advertisment

ଅଧିକ ପଢ଼ନ୍ତୁ: ଆଗ ପାଦ ଛୁଇଁଲେ...ପରେ ଗୁଳି ମାରିଲେ, ଦାଦା-ପୁତୁରାଙ୍କୁ ମାରିଦେଲେ ଦୁର୍ବୃତ୍ତ

Cuttack Friends College Students Harassed Boyfriend
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ