Advertisment

College Principal and Lecturer Suspend: ଅର୍ଥନୀତି ବିଭାଗ ଅଧ୍ୟାପକ ଓ ଅଧ୍ୟକ୍ଷ ନିଲମ୍ୱିତ

ବରୀ ଥାନା ଅଞ୍ଚଳର ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଉକ୍ତ କଲେଜରେ ଜଣେ +୩ ଶେଷ ବର୍ଷ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଅଦ୍ୟତନ ହୋଇଛି
Teacher

Teacher

Advertisment

ଦୁଷ୍କର୍ମ ଅଭିଯୋଗ ଆସିଥିବା ଅର୍ଥନୀତି ବିଭାଗର ଅଧ୍ୟାପକ ନିଲମ୍ୱିତ। ତାଙ୍କ ସହିତ କଲେଜ ଅଧ୍ୟକ୍ଷ ମଧ୍ୟ ନିଲମ୍ୱିତ ହୋଇଛନ୍ତି। ଉଭୟଙ୍କୁ ଯାଜପୁର ଉପଜିଲ୍ଲାପାଳ ଅଂଶୁମାନ ଶତପଥୀ ନିଲମ୍ୱିତ କରିଛନ୍ତି। ଦୁଷ୍କର୍ମ ଅଭିଯୋଗ ଆସିବା ଓ ଥାନାରେ ମାମଲା ହେବା ପରଠାରୁ ଉଭୟ କଲେଜ ଆସୁନଥିଲେ।

Advertisment

ବରୀ ଥାନା ଅଞ୍ଚଳର ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଉକ୍ତ କଲେଜରେ ଜଣେ +୩ ଶେଷ ବର୍ଷ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ କଲେଜର ଅଧ୍ୟକ୍ଷ ସୁଧୀର କୁମାର ରାଉତ ଘଟଣା ସମାଧାନ କରିବାକୁ ଚେଷ୍ଟା କରୁଥିଲେ! ହେଲେ ସମାଧାନର କୌଣସି ରାସ୍ତା ବାହାରିନଥିଲା ବୋଲି ଚର୍ଚ୍ଚା ହେଉଛି। ତେଣୁ ଗତ ୧୫ ତାରିଖରେ ପୀଡ଼ିତା ଏନେଇ ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ଅଧ୍ୟାପକ ଓ ଅଧ୍ୟକ୍ଷ ନାଁରେ ଅଭିଯୋଗ ଆଣିଥିଲେ। ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

ଅଧିକ ପଢ଼ନ୍ତୁ: ମାଘରେ ରୌଦ୍ରର ରାଜୁତି, କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଲା ଜାନୁଆରୀ ତାତି

Advertisment

ଅଭିଯୋଗ ପରେ ଅଧ୍ୟାପକ ଓ ଅଧ୍ୟକ୍ଷ ଫେରାର୍‌ ହୋଇଯାଇଥିଲେ। କଲେଜ ଆସୁନଥିଲେ। ଅନ୍ୟପକ୍ଷରେ ନ୍ୟାୟ ନମିଳିବାରୁ ଗତ ୨୦ ତାରିଖ ପୀଡ଼ିତା ଓ ତାଙ୍କ ସାଥୀମାନେ ମହାବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ଏପରିକି ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ ପୀଡ଼ିତା ଗାଳି ଗୁଲଜ କରିବା ସହିତ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ପୀଡ଼ିତା। କିନ୍ତୁ ପୋଲିସ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଏହାକୁ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଛାତ୍ରଛାତ୍ରୀ ବୁଝାସୁଝା କରିଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅଧିକ ପଢ଼ନ୍ତୁ: ବିଶୃଙ୍ଖଳିତ ବିଧାୟକଙ୍କୁ ବାଚସ୍ପତିଙ୍କ ଚେତାବନୀ, ଗୃହରେ ଶୃଙ୍ଖଳା ବନ୍ଧ ଡେଇଁଲେ ହେବ କଡ଼ା ଆକ୍ସନ

Advertisment

ଏହି ମାମଲାକୁ ଯାଜପୁର ଉପଜିଲ୍ଲାପାଳ ଅଂଶୁମାନ ଶତପଥୀ ଗୁରୁତ୍ୱର ସହ ନେଇଥିଲେ। କଲେଜ ଅଧ୍ୟକ୍ଷ ସୁଧୀର କୁମାର ରାଉତ ଓ ଦୁଷ୍କର୍ମ ଅଭିଯୋଗ ଆସିଥିବା ଅର୍ଥନୈତିକ ବିଭାଗ ଅଧ୍ୟାପକ ବିଦ୍ୟାଧର ଧଳଙ୍କୁ ନିଲମ୍ୱିତ କରିଛନ୍ତି ଯାଜପୁର ଉପଜିଲ୍ଲାପାଳ। ଉଭୟ ଦୀର୍ଘ ଦିନ ଧରି କଲେଜ ଆସୁନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଥିବା ଅଭିଯୋଗ ହୋଇଛି।

Jajpur Rape Case College Students Harassed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ