Advertisment

Lecturers Raped Student: ଅଧ୍ୟାପକଙ୍କ ଫାଶରେ କଲେଜ ଛାତ୍ରୀ, ଦୁଷ୍କର୍ମ ପରେ ଭିଡିଓ ଭାଇରାଲ କରିଦେବାର ଧମକ; ୩ ଗିରଫ

ବେଙ୍ଗାଲୁରୁରେ ଏକ ଘରୋଇ କଲେଜର ଦୁଇ ଜଣ ଅଧ୍ୟାପକ ଓ ସେମାନଙ୍କ ସାଙ୍ଗ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ । ପୋଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

author-image
Chinmayee Sahoo
rape

rape

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଘରୋଇ କଲେଜର ଦୁଇ ଜଣ ଅଧ୍ୟାପକ ଓ ସେମାନଙ୍କ ସାଙ୍ଗ ମିଶି ସେହି କଲେଜର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମନାକୁ ଆସିଛି । ପୋଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ବେଙ୍ଗାଲୁରୁ ପୂର୍ବ ପୋଲିସ୍‌, ଯୁଗ୍ମ କମିଶନର ରମେଶ ବାନୋଥ୍ କହିଛନ୍ତି । 

Advertisment

ଅଧିକ ପଢନ୍ତୁ: ବୋହୂଙ୍କୁ ଦୁଷ୍କର୍ମ କରି ହତ୍ୟା କଲା ଶ୍ବଶୁର, ୧୦ ଫୁଟ ଗାତରୁ ମିଳିଲା ମୃତଦେହ

ଅଭିଯୁକ୍ତ ମାନେ ହେଲେ ଫିଜିକ୍ସ ଅଧ୍ୟାପକ ନରେନ୍ଦ୍ର, ବାୟୋଲୋଜି ଅଧ୍ୟାପକ ସନ୍ଦୀପ ଏବଂ ସେମାନଙ୍କ ସାଙ୍ଗ ଅନୁପ । ଅନୁପ ବେଙ୍ଗାଲୁରୁର ବାସିନ୍ଦା । ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନରେନ୍ଦ୍ର ଉକ୍ତ ଛାତ୍ରୀଙ୍କୁ ନୋଟ୍ସ ଦେବା ବାହାନାରେ ବାରମ୍ବାର ଦେଖା ହେବାକୁ ଡାକୁଥିଲେ । ଏହା ମଧ୍ୟରେ ଧୀରେ ଧୀରେ ଛାତ୍ରୀଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । 

Advertisment

ଦିନେ ଛାତ୍ରୀ ଜଣକ କୌଣସି କାମ ପାଇଁ ବେଙ୍ଗାଲୁରୁ ଯାଇଥିବା ବେଳେ ଛାତ୍ରୀଙ୍କୁ ନୋଟ୍ସ ଦେବା ବାହାନାରେ ଡାକି ନରେନ୍ଦ୍ର ତାଙ୍କୁ ମରାଠାହଲ୍ଲୀଠାରେ ଥିବା ଅନୁପଙ୍କ ଘରକୁ ନେଇଥିଲେ । ସେଠାରେ ସେ ଛାତ୍ରୀଙ୍କୁ ଦୁଷ୍କର୍ମ କହିଥିଲେ ଏବଂ ସନ୍ଦୀପ ଏହାର ଭିଡିଓ କରିଥିଲେ । ଏ ବିଷୟରେ କାହାରିକୁ ନ ଜଣାଇବାକୁ ଧମକ ଦେଇଥିଲେ । ଏହା ପରେ ସନ୍ଦୀପ ଛାତ୍ରୀଙ୍କୁ ଭିଡିଓ ଭାଇରାଲ୍ କରିଦେବାର ଧମକ ଦେଇ ବ୍ଲାକମେଲ କରିଥିଲେ ଏବଂ ବାରମ୍ବାର ଦୁଷ୍କର୍ମ କରିଥିଲେ । ଶେଷରେ ବ୍ଲାକମେଲ୍ କଥା ଜାଣିବା ପରେ ଅନୁପ୍ ମଧ୍ୟ ଉକ୍ତ ଛାତ୍ରୀଙ୍କୁ ସିସିଟିଭି ଫୁଟେଜ୍ ରଖିଥିବା କହି ବାରମ୍ବାର ଧମକ ଦେଉଥିଲେ ଏବଂ ସେ ମଧ୍ୟ ଦୁଷ୍କର୍ମ କରିଥିଲେ । 

ଏହା ପରେ ଛାତ୍ରୀ ଜଣକ ଆଉ କୌଣସି ଉପାୟ ନ ପାଇ ଘରେ ଜଣାଇଥିଲେ । ଛାତ୍ରୀଙ୍କ ପରିବାଲ ଲୋକେ କର୍ଣ୍ଣାଟକ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ମହିଳା କମିଶନଙ୍କ ସହଯୋଗରେ ମରାଠାହଲ୍ଲୀ ଥାନାରେ ଦୁଷ୍କର୍ମ ଓ ବ୍ଲାକମେଲ୍ କରୁଥିବା ଏକ ଏଫଆଇଆର ରୁଜୁ କରିଥିଲେ । ପୋଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ବେଙ୍ଗାଲୁରୁର କେନ୍ଦ୍ରୀୟ ଜେଲରେ ସେମାନଙ୍କୁ ରଖାଯାଇଛି ।

ଅଧିକ ପଢନ୍ତୁ: ଛାତ୍ରୀଙ୍କୁ ହଷ୍ଟେଲରେ ନିଶା ଦେଇ ଦୁଷ୍କର୍ମ, ଧମକ ଦେଇଥିଲା ଅଭିଯୁକ୍ତ ‘କହିଲେ ମାରିଦେବି’

Rape Case Bengaluru
Advertisment
Advertisment