• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜଣେ ନବମ ଶ୍ରେଣୀ ଛାତ୍ରୀ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀଙ୍କ ଆତ୍ମହତ୍ୟା କାରଣକୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଛାତ୍ରୀ ଜଣକ ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ନିଜର ପଠପଢ଼ାକୁ ନେଇ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀଙ୍କ ପାଠପଢ଼ାରେ ମନ ନଲାଗିବାରୁ ସେ ଘରର ଛାତ ଉପରୁ ଡେଇଁ ପ୍ରାଣ ହରାଇଛନ୍ତି ।

ଏପରି ଏକ ଅଭିଯୋଗ ଆସିଛି ରାଜଧାନୀ ନୂଆଦିଲ୍ଲୀରୁ । ନୂଆଦିଲ୍ଲୀ ଦ୍ୱାରକା ଅଞ୍ଚଳର ସେକ୍ଟର ୧୬ରେ ଜଣେ ୧୪ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପଢ଼ୁଥିଲେ । ହେଲେ ସେ ତାଙ୍କର ପଠପଢ଼ାକୁ ନେଇ ଅତିଷ୍ଠ ହେବା ସହ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ସକାଳ ସାଢ଼େ ୫ଟାରେ ଏହି ଘଟଣା ଘଟିଛି । ଘର ବାହାରେ ଏକ ବଡ଼ ଜିନିଷ ପଡ଼ିବା ଶବ୍ଦ ପଡ଼ୋଶୀ ଲୋକ ଶୁଣିବାକୁ ପାଇଥିଲେ । ଫଳରେ ସମସ୍ତେ ଏକାଠି ବାହାରକୁ ଚାଲିଆସିଥିଲେ । ଝିଅଟିର ପରିବାର ଲୋକ ମଧ୍ୟ ବାହାରକୁ ଆସିଥିଲେ । ବାହାରେ ଆସିଦେଖିବା ବେଳକୁ ଝିଅଟି ରକ୍ତାକ୍ତ ଅବସ୍ତାରେ ତଳେ ପଡ଼ି ରହିଥିଲା । ପରିବାର ଲୋକ ଝିଅକୁ ହସ୍ପିଟାଲ ନେବାକୁ ଚିନ୍ତା କରିଥିଲେ ହେଁ, ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା ।

ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ନାବାଳିକାର ମୃତ୍ୟୁ ହେବାକୁ ନେଇ ପରିବାର ଓ ପଡ଼ିଶା ଲୋକଙ୍କୁ ପୋଲିସ ପଚରାଉଚରା କରିଥିଲା । ହେଲେ ପରିବାର ଝିଅଟି କାହିଁକି ଆତ୍ମହତ୍ୟା କିଛି କହିପାରିନଥିଲେ । ପରେ ପୋଲିସ ଝିଅର ରୁମ୍‌ରେ ଖୋଜାଖୋଜି କରିଥିଲା ।

ମୃତ ଛାତ୍ରୀର ରୁମ୍‌କୁ ଖୋଜାଖୋଜି କରିବା ପରେ ଏକ ସୁଇସାଇଡ୍‌ ନୋଟ୍‌ ମିଳିଥିବା ପୋଲିସ ସୂଚନା ଦେଇଛି । ସୁଇସାଇଡ୍‌ ନୋଟ୍‌ରେ ଛାତ୍ରୀ ଜଣକ ଲେଖିଥିଲେ, ‘ମୋର ପଢ଼ିବାରେ ମନ ଲାଗୁନାହିଁ, ଏଥିପାଇଁ ମୁଁ ଆଜି ଆତ୍ମହତ୍ୟା କରିବି ବୋଲି ଚିନ୍ତା କରିଛି ’ । ଏହା ଜାଣିବା ପରେ ପୋଲିସ ଝିଅଟିର ମୃତଦେହକୁ ଜବତ କରି ଶବବ୍ୟବଚ୍ଛେଦ କରିବାକୁ ଡାକ୍ତରଖାନାକୁ ପଠାଇଦେଇଛି । ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ ।