Advertisment

ପରୀକ୍ଷା ଦେଇ ଘରକୁ ଫେରିଲେ, ଛାତ ଉପରୁ ମିଳିଲା ମୃତଦେହ

ଛାତ୍ର ଜଣକ ପରୀକ୍ଷା ଦେଇ ଘରକୁ ଫେରିଥିଲେ। ଏହାପରେ ତାଙ୍କ ମୃତଦେହ ଛାତ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Jeypore Student Death

Class 7 student found dead under mysterious condition in Jeypore

ଘର ଛାତ ଉପରୁ ସନ୍ଦେହଜନକ ଅବସ୍ଥାରେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର। ଛାତ୍ର ଜଣକ ପରୀକ୍ଷା ଦେଇ ଘରକୁ ଫେରିଥିଲେ। ଏହାପରେ ତାଙ୍କ ମୃତଦେହ ଛାତ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। କୋରାପୁଟ ଜିଲ୍ଲା ଜୟପୁର ସହରର ପାରାବେଡାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଜୟପୁର ପାରାବେଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀର ଛାତ୍ର ଶିବାଶିଷ ନାୟକ। ତାଙ୍କ ବେକରେ କିଛି ଚିହ୍ନ ଥିବାବେଳେ ପାଟିରୁ ପାଣି ବାହାରିଥିବା ଦେଖିବାକୁ ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Advertisment

ସୂଚନା ଅନୁସାରେ, ଗତକାଲି ପରୀକ୍ଷା ଦେଇ ଶିବାଶିଷ ସ୍କୁଲ୍‌ରୁ ଘରକୁ ଫେରିଥିଲେ। ଏହାପରେ ସନ୍ଦେହଜନକ ଅବସ୍ଥାରେ ଘର ଛାତ ଉପରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଶିବାଶିଷଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛି ଦିନ ହେଲା ପଶ୍ରବେଡାଠାରେ ଥିବା ଦଶହରା ପଡ଼ିଆରେ ରହୁଥିବା କିଛି ଅସାମାଜିକ ଲୋକ ତାଙ୍କ ପୁଅକୁ ହଜାରେ ଟଙ୍କା ମାଗିବା ସହ କାହାକୁ ଯଦି କହିବ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।  ଏପରିକି ପୁଅ ଡରିଯାଇ ପକେଟରୁ ହଜାରେ ଟଙ୍କା ଚୋରି କରି ନେଇଥିଲା। 

Advertisment

କେଉଁ ପରିସ୍ଥିତିରେ ଶିବାଶିଷଙ୍କ ମୃତ୍ୟୁ ଘଟିଲା, ତାହା ଜଣାପଡ଼ିନି। ତାଙ୍କ ମୃତ୍ୟୁକୁ ନେଇ ସ୍କୁଲ୍‌ର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଅଭିଭାବକ ଶୋକପ୍ରକାଶ କରିଛନ୍ତି। ମୃତ ଶିବାଶିଷଙ୍କ ବେକରେ ଚିହ୍ନ ଓ ପାଟିରୁ ପାଣି ବାହାରିବାକୁ ନେଇ ମୃତ୍ୟୁକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। 

(ରିପୋର୍ଟ-ଟି. ଗୌରୀଶଙ୍କର, ଜୟପୁର)

Deadbody Found Student Death
Advertisment
Advertisment