/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698291518.jpg)
Balasore police
ବାଲେଶ୍ୱର ଦୁର୍ଗା ପୂଜା ଭସାଣ ବେଳେ ପୋଲିସର ଲାଠି ଚାର୍ଜ । ଜବାବରେ ଲୋକେ ପୋଲିସ ଉପରକୁ ଟେକା ମାଡ଼ କରିଥିବାର ଅଭିଯୋଗ ହୋଇଛି । ଗତ ରାତିରେ ଏହି ଘଟଣା ଘଟିଥିଲା । ଦୁର୍ଗାପୂଜା ଭସାଣ ଚାଲିଥିଲ ।
Advertisment
କିନ୍ତୁ ରାତି ଗୋଟାଏ ସୁଦ୍ଧା ମଧ୍ୟ ଏହା ସରିନଥିଲା କି ଡିଜେ ବନ୍ଦ କରାଯାଇନଥିଲା । ଡିଜେ ବନ୍ଦ କରିବାକୁ ପୋଲିସ ପକ୍ଷରୁ ବାରମ୍ବାର କୁହାଯିବା ସତ୍ତ୍ୱେ ଏହା ବନ୍ଦ ହୋଇନଥିଲା । ତେଣୁ ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଲାଠି ଚାର୍ଜ କରାଯାଇଥିବା ଜଣାପଡ଼ିଛି ।
ସେପଟେ ରାଜଧାନୀ ଭୁବନେଶ୍ୱରରେ ଭସାଣ ସମୟରେ ବୁଲିଲା ଖଣ୍ଡା । ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱର ରସୁଲଗଡ ପୂଜା ମଣ୍ଡପ ପକ୍ଷରୁ ଭସାଣି ଶୋଭାଯାତ୍ରା ସମୟରେ ଏମିତି ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଛି ।
Advertisment
ଆକ୍ରମଣର ଶିକାର ହୋଇଥିବା ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ଏତଲା ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)