Advertisment

ହତ୍ୟା ପରେ ବି ବୁଝିଲାନି ମନ... ଶରୀରକୁ ଖଣ୍ଡଖଣ୍ଡ କରି ବ୍ୟାଗରେ ପୁରାଇ ଫିଙ୍ଗିଦେଲେ

ବ୍ୟାଗ ଭିତରେ ଏକ ଇଟା ମଧ୍ୟ ରହିଥିଲା। କେହି ହତ୍ୟା କରିବା ପରେ ଏଗୁଡିକୁ ନଦୀ କିମ୍ୱା କେନାଲରେ ଫିଙ୍ଗିବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ଏନେଇ ଡିଟେକ୍ଟିଭ ବିଭାଗର ହୋମଗାର୍ଡ ୱିଙ୍ଗର ଜଣେ ଅନୁସନ୍ଧାନକାରୀ ସୂଚନା ଦେଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Murder

Murder

ନୃଶଂସ, ଅମାନବୀୟ ଓ ନାରକୀୟ କାଣ୍ଡ। ମହିଳାଙ୍କୁ ହତ୍ୟା ପରେ ଖଣ୍ଡଖଣ୍ଡ କରି ବ୍ୟାଗରେ ପୁରାଇ ଫିଙ୍ଗିଦେଲେ । ଗତକାଲି ପଶ୍ଚିମବଙ୍ଗ ୱାଟଗୁଞ୍ଜ ଅଞ୍ଚଳର ସସ୍ତିତାଲା ରୋଡରେ ଥିବା ଏକ ପରିତ୍ୟକ୍ତ ସିଆଇଏସ୍ଏଫ୍ କ୍ୱାର୍ଟର୍ସରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ତିନୋଟି ପ୍ଲାଷ୍ଟିକ୍ ବ୍ୟାଗରେ ପ୍ୟାକ୍ ହୋଇଥିବା ଶରୀରର ବିଭିନ୍ନ ଅଂଶ ଉଦ୍ଧାର କରିଛି ପୋଲିସ।

Advertisment

ପୋଲିସର ସୂଚନା ଅନୁସାରେ, ମୃତ ମହିଳାଙ୍କ ବୟସ ୩୦ରୁ ୩୫ବର୍ଷ ହେବ। କପାଳରେ ସିନ୍ଦୁର ଥିବାରୁ ସେ ବିବାହିତା ବୋଲି ପୋଲିସ ସନ୍ଦେହ କରୁଛି। ତେବେ ତାଙ୍କର ପରିଚୟ ଏଯାଏ ସ୍ପଷ୍ଟ ହୋଇନି। ପରିତ୍ୟକ୍ତ ସିଆଇଏସ୍ଏଫ୍ କ୍ୱାର୍ଟର୍ସରୁ ଦୁର୍ଗନ୍ଧ ହେବାରୁ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚିବା ପରେ ୩ଟି ପ୍ଲାଷ୍ଟିକ ବ୍ୟାଗରେ ଶରୀରର କଟା ଅଂଶ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲା।

ବ୍ୟାଗ ଭିତରେ ଏକ ଇଟା ମଧ୍ୟ ରହିଥିଲା।କେହି ହତ୍ୟା କରିବା ପରେ ଏଗୁଡିକୁ ନଦୀ କିମ୍ୱା କେନାଲରେ ଫିଙ୍ଗିବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ଏନେଇ ଡିଟେକ୍ଟିଭ ବିଭାଗର ହୋମଗାର୍ଡ ୱିଙ୍ଗର ଜଣେ ଅନୁସନ୍ଧାନକାରୀ ସୂଚନା ଦେଇଛନ୍ତି। ତେବେ ଶରୀରର ବାହୁ, ଗୋଡ ଏବଂ ପେଟର କିଛି ଅଂଶ ନଥିବା ଜଏଣ୍ଟ ସିପି (କ୍ରାଇମ) ସୟଦ ୱାକର ରଜା ସୂଚନା ଦେଇଛନ୍ତି।

Advertisment

ପୋଲିସ କହିଛି, ଯାହା ଜଣାପଡୁଛି କେହି ହତ୍ୟା କରିବା ପରେ ତରତର ହୋଇ ଚଳନ୍ତା ଗାଡିରୁ ପ୍ଲାଷ୍ଟିକ ବ୍ୟାଗଗୁଡିକୁ ଫିଙ୍ଗି ଦେଇଛି। ତଥାପି ସେ ସେହି ସ୍ଥାନରେ ତାଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ମୃତଦେହ କାଟି ଫିଙ୍ଗାଯାଇଛି ସେନେଇ ଅନୁସନ୍ଧାନ ଜାରି ରହିଛି। ୱାଟଗୁଞ୍ଜ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଗତକାଲି ଅପରାହ୍ଣ ପ୍ରାୟ ୨ଟା ୫୦ ସମୟରେ ସେହି ନିର୍ଜନ ଅଞ୍ଚଳରେ କିଛି ଯୁବକ କଟା ଅଂଗ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ୩ଟି ପ୍ଲାଷ୍ଟିକ ବ୍ୟାଗ ଜବତ କରିଥିଲା। ସେହି ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଛି। ତେବେ କେହି ପ୍ରତିଶୋଧ ପରାୟଣ ହୋଇ ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଲୋକ ଚଳପ୍ରଚଳ କରନ୍ତି ନାହିଁ। ହତ୍ୟାକାରୀ ନିଶ୍ଚିତ ଏହା ଜାଣି ଏଠାରେ ମୃତଦେହ ଫିଙ୍ଗିଦେଇଛି।

Murder
Advertisment
Advertisment