Mother's Extramarital Affairs: ରାଜଧାନୀରେ ମାଆ ଆଗରେ ପିଲାଙ୍କୁ ଚେଙ୍କ! ଅନୈତିକ ସମ୍ପର୍କକୁ ବିରୋଧ ପାଇଁ ସଜା

ନୃଶଂସ ସାଜିଲା ମାଆ । ଅମଣିଷ ସାଜିଲା ଜନ୍ମ କଲା ମାଆ । ସାମ୍ନାକୁ ଆସିଲା ମାଆର ନାରକୀୟ କାଣ୍ଡ ।

Mother's Extramarital Affairs

ନୃଶଂସ ସାଜିଲା ମାଆ । ଅମଣିଷ ସାଜିଲା ଜନ୍ମ କଲା ମାଆ । ସାମ୍ନାକୁ ଆସିଲା ମାଆର ନାରକୀୟ କାଣ୍ଡ । ଦୃଶ୍ୟ ଏତେ ହୃଦୟ ବିଦାରକ ଯେ, ଲେଖିବାକୁ ଭାଷା ମିଳୁନି । ନିଜ ପରକୀୟା ପ୍ରୀତି ପାଇଁ ନିଜ ଜନ୍ମ କଲା ପିଲାଙ୍କୁ ଦେଲା ନିଆଁ ଚେଙ୍କ । ନିଜ ପ୍ରେମିକ ସହିତ ମିଶି ମାଆ ଘଟାଇଲା ଏଭଳି କାଣ୍ଡ । ଭୁବନେଶ୍ୱର ମହାବୀର ନଗରରେ ନିଜ ଘରେ ପ୍ରଥମେ ସ୍ୱାମୀକୁ ମାଡ ମାରି ଘରୁ ବାହାର କରିଦେଲେ ସ୍ତ୍ରୀ ।

ପ୍ରତିଦିନ ନିଜ ପ୍ରେମିକକୁ ଘରକୁ ଡାକି ଚଳାଇଲେ ଅନୈତିକ ସମ୍ପର୍କ । ଯାହା ଦେଖି ନିଜର ବଢ଼ିଲା ପୁଅ ଓ ଝିଅ ପ୍ରତିବାଦ କଲେ । ମାଆ ପ୍ରେମରେ ଏମିତି ଅନ୍ଧ ସାଜିଥିଲା ଯେ ନିଜ ପାପ ସମ୍ପର୍କକୁ ଲୁଚାଇବାକୁ ଯାଇ ଜନ୍ମ କଲା ଦୁଇ ପୁଅ ଓ ଝିଅଙ୍କୁ କବାଟ ବନ୍ଦ କରି ଘରେ ରଖୁଥିଲା । ବାରମ୍ବାର ପ୍ରତିବାଦ କରିବାରୁ ନୃଶଂସ ସାଜିଲା ମାଆର ।

ଅଧିକ ପଢନ୍ତୁ: ଲୁଟେରାଙ୍କ ନୂଆ ଗେମ୍‌; ସମ୍ପର୍କୀୟଙ୍କ ପରିଚୟ ଦେଇ ମାଗୁଛନ୍ତି ଟଙ୍କା; ଜାଣନ୍ତୁ କେମିତି ରହିବେ ସୁରକ୍ଷିତ...

ନିଜ ପ୍ରେମିକ ସହିତ ମିଶି ଦୁଇ ଶିଶୁଙ୍କୁ ଷଣ୍ଢୁଆଶୀରେ ତତାଇ ନିଆଁ ଚେଙ୍କ ଦେଇଦେଲେ । ପିଲାମାନଙ୍କ ବାପା ଖବର ପାଇ ପିଲାଙ୍କୁ ଉଦ୍ଧାର କରିଥିଲେ । ପରେ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଉଭୟ ମାଆ ଓ ପ୍ରେମିକ ଗୁଡୁ ନାୟକକୁ ଗିରଫ କରିଛି । ପିଲାଙ୍କୁ ଉଦ୍ଧାର କରି ବୟାନ ରେକର୍ଡ କରିଛି ମୈତ୍ରୀ ବିହାର ଥାନା ପୋଲିସ ।

ଏହି ଘଟଣାରେ ମାଆ ଓ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ମିଳିଛି ଯେ, ବନ୍ଦ ଘରେ ଦୁଇ ପିଲାଙ୍କୁ ତିନିଦିନ ଧରି ଚେଙ୍କ ଦେଇଥିଲା ଅଭିଯୁକ୍ତ । ଦୁଇ ପିଲାଙ୍କୁ ଗରମ ଷଣ୍ଢୁଆଶୀରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି । ମାଆର ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ମାଆ ଚେଙ୍କ ଦେଇଥିଲା ।

ଏପଟେ ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା । ବଦଳୁଥିବା ସମାଜରେ ଏଭଳି ଘଟଣା ନିନ୍ଦନୀୟ । ପୂର୍ବର ପରିସ୍ଥିତି ଓ ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଯାହା ସମାଜ ଉପରେ କୁପ୍ରଭାବ ପକାଉଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅଧିକ ପଢ଼ନ୍ତୁ: ବର୍ବର, ଭୟଙ୍କର, ସାଙ୍ଘାତିକ ... କୁନି ଝିଅକୁ କାଟି ଖାଇଲା ମାଆ!!