/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637395182.jpg)
Child Trafficking
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟା ଚୋରି ଅଭିଯୋଗ । ଏନେଇ ନବଜାତ ଶିଶୁର ବାପା ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ସକାଳ ୯ଟା ୧୫ରେ ବୀରମହାରାଜପୁର ଷଣ୍ଢା ଗାଁର ସନ୍ତୋଷିନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ଶଯ୍ୟା ଅଭାବରୁ ମାଆ ଓ ଶିଶୁ ଉଭୟେ ପ୍ରସୂତି ୱାର୍ଡ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ଜଣେ ଅଚିହ୍ନା ମହିଳା ଶିଶୁଟିକୁ ଧରିବା ବାହାନରେ, ତାକୁ ନେଇ କୁଆଡେ ଫେରାର ହୋଇଯାଇଛନ୍ତି । ଶିଶୁ ଚୋରି ସମ୍ପର୍କରେ ପରିବାର ପକ୍ଷରୁ ସଦର ଟାଉନ ଥାନାରେ ଅଭିଯୋଗ ହୋଇଛି ।
ତେବେ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ମହିଳା ହେଉଛନ୍ତି, ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀ । ତାଙ୍କର ପ୍ରସୂତି କାଳୀନ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ଗତକାଲି ସକାଳ ୯ ଟା ୧୫ ମିନିଟରେ ସନ୍ତୋଷିନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସନ୍ତୋଷିନୀଙ୍କ ପାଖରେ ତାଙ୍କ ଶାଶୁ ମଧ୍ୟ ରହିଥିଲେ । ଆଜି ସନ୍ତୋଷିନୀ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ଶାଶୁ ଶିଶୁକନ୍ୟାଟିକୁ ଧରିଥିଲେ ।
ସେହି ସମୟରେ ହଠାତ୍ ଜଣେ ଅଚିହ୍ନା ମହିଳା ତାଙ୍କ ପାଖକୁ ଆସି କନ୍ୟା ସନ୍ତାନକୁ ଗେଲ କରିବା ବାହାନାରେ ଧରିଥିଲେ । ଆଉ ହଠାତ୍ ମହିଳା ଜଣକ ସୁଯୋଗ ଦେଖି ସେଠାରୁ ଫେରାର ହୋଇଯାଇଥିଲେ । ସାଙ୍ଗରେ ଶିଶୁ କନ୍ୟାକୁ ମଧ୍ୟ ନେଇଯାଇଥିଲେ । ପ୍ରଥମେ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ପରେ ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷ ସଦର ଟାଉନ ଥାନାରେ ରିପୋର୍ଟ କରିଥିବା ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)