• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବସ ଷ୍ଟାଣ୍ଡରୁ ୯ ଶିଶୁ ଶ୍ରମିକ ଉଦ୍ଧାର । ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ଏମାନଙ୍କୁ ଉଦ୍ଧାର କରିଛି କୋଇଡ଼ା ପୋଲିସ । ଏହି ଶିଶୁମାନଙ୍କ ମଧ୍ୟରୁ ୮ ଜଣ କୋଇଡ଼ା ବ୍ଲକର ପାଟମୁଣ୍ଡା ପଞ୍ଚାୟତ ଅଞ୍ଚଳର ହୋଇଥିବା ବେଳେ ଜଣେ କେନ୍ଦୁଝର ଗୁଆଳି ଅଞ୍ଚଳର ବୋଲି ଜଣାପଡ଼ିଛି ।

ସମସ୍ତଙ୍କ ବୟସ ୧୪ରୁ ୧୭ ବର୍ଷ ମଧ୍ୟରେ ହେବ । କୋଇଡାରୁ ଭୁବନେଶ୍ୱର ଯାଇ, ସେଠାରୁ ଅନ୍ୟ ରାଜ୍ୟକୁ ଯାଇଥାନ୍ତେ । ତେବେ ପୋଲିସ ଏ ସମ୍ପର୍କରେ ଆଗୁଆ ଖବର ପାଇ ପିଲାମାନଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଦଲାଲ ମାଧ୍ୟମରେ ଏହି ଶିଶୁମାନଙ୍କୁ ଦାଦନ ଖଟିବା ଲାଗି ବାହାର ରାଜ୍ୟକୁ ରୀତିମତ ପଠାଯାଉଥିବା ବେଳେ ସଂପୃକ୍ତ ଦଲାଲଙ୍କ ଖୋଜ ଖବର ମିଳିପାରିନି ।