Advertisment

Child Theft Scandal In Balasore: ବିଜେଡି କାଉନ୍‌ସିଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର; ଶିଶୁକୁ ଲୁଚାଇ ରଖିଥିବା ହୋଇଥିଲା ଅଭିଯୋଗ

ରେମୁଣାର ୧୧ ନଂ ୱାର୍ଡ କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର । କାଉନସିଲରଙ୍କ ଝିଅ ୪ ମାସର ଶିଶୁକୁ ଲୁଚାଇ ରଖିବା ଅଭିଯୋଗ ହୋଇଥିଲା ।

child Theft Scandal In Balasore

child Theft Scandal In Balasore

Advertisment

ବିଜେଡି କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର। ବାଲେଶ୍ବରର ବିଜେଡି କାଉନସିଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର ହୋଇଛି । ରେମୁଣାର ୧୧ ନଂ ୱାର୍ଡ କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର । କାଉନସିଲରଙ୍କ ଝିଅ ୪ ମାସର ଶିଶୁକୁ ଲୁଚାଇ ରଖିବା ଅଭିଯୋଗ ହୋଇଥିଲା । ଏପରିକି ଶିଶୁ ପୁତ୍ରକୁ ଜଗିବା ପାଇଁ ୧୦ ବର୍ଷର ଝିଅଟିଏ ଘରେ ରଖିଥିବା ଅଭିଯୋଗ ହୋଇଥିଲା। 

Advertisment

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶିଶୁପୁତ୍ରକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍। ଜିଲ୍ଳାପାଳଙ୍କ ପାଖରେ ଜଣେ ପୂର୍ବତନ ସରପଞ୍ଚ ଏନେଇ ଫେରାଦ ହୋଇଥିଲେ। ତେବେ କାଉନସିଲରଙ୍କର ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ । 

ଅଧିକ ପଢନ୍ତୁ: Cyber fraud: ସାଇବର ଠକେଇର ଶିକାର ହେଲେ ଯୁବତୀ, ରିଚାର୍ଜ କରୁ କରୁ କଟିଗଲା ୪ ଲକ୍ଷ 

Advertisment

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି CWC ଅଧିକାରୀ ଓ ରେମୁଣା ଥାନା ଅଧିକାରୀ ବିଜେଡି କାଉନ୍‌ସିଲର ପାନମଣୀଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ସେତେବେଳେ ପାନମଣୀ ଘରେ ନଥିଲେ। ସିଏ ୧୦ ବର୍ଷର ଝିଅକୁ ନେଇ ପଳାଇ ଯାଇଥିବା ଅଭିଯୋଗ ହେଉଛି  ।

ତେବେ ତାଙ୍କ ଝିଅ ତୁଳସୀ ପାଖରେ ୪ ମାସର ଶିଶୁ ପୁତ୍ର ଥିବା ଦେଖିବାକୁ ପାଇଥିଲେ। ଛୁଆ କାହାର ? କେଉଁଠୁ ଆଣିଲ ? ଏମିତି ନାନା ପ୍ରଶ୍ନ ପଚାରିଥିଲେ CWC ଅଧିକାରୀ ଓ ପୋଲିସ୍‌ । ଜବାବରେ ତୁଳସୀ କହିଥିଲେ, ଆମେ ପୁଅକୁ ପୋଷ୍ୟ ସନ୍ତାନ କରିଛୁ । ହେଲେ ପୋଷ୍ୟ ସନ୍ତାନ ପାଇଁ ଆବଶ୍ୟକ ହେଉଥିବା କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ତେଣୁ CWC ଅଧିକାରୀ ଶିଶୁ ପୁତ୍ରକୁ ଉଦ୍ଧାର କରି ନିଜ ହେପାଜତରେ ରଖିଛି । ଅନ୍ୟପଟେ ଶିଶୁ ପୁତ୍ର ରଖିବା ନେଇ ପାନମଣୀ ମୁର୍ମୁ ବା CWC ଅଧିକାରୀ ଓ ପୋଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

Advertisment
Child Theft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ