Advertisment

ଚେଙ୍କ ଚିକିତ୍ସାରେ ଗଲା ୯ ମାସର ଶିଶୁର ଜୀବନ

ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ।

author-image
Chandan Shishu
Child dies after being branded with iron rod

Child dies after being branded with iron rod

ଚେଙ୍କ ଚିକିତ୍ସାରେ ଗଲା ୯ ମାସର ଶିଶୁର ଜୀବନ। ନବରଙ୍ଗପୁର  ରାଇଘରର କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା।ପ୍ରଶାସନ ପକ୍ଷରୁ ଚେଙ୍କ ଚିକିତ୍ସା ଏକ ଅନ୍ଧବିଶ୍ବାସ ବୋଲି ଲୋକଙ୍କୁ ବାରମ୍ବାର ସଚେତନ କରିବା ପରେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଗ୍ରାମର ସୁକଦେବ ଗଣ୍ଡଙ୍କ ୯ ମାସର ପୁଅ ରୂପେଶ ଗଣ୍ଡକୁ ଗତ ସୋମବାର ଦିନ ଥଣ୍ଡା କାଶ ସହିତ ଜ୍ବର ହୋଇଥିଲା। 

Advertisment

ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସେଠାକାର ଆଶାକର୍ମୀ ସହନ୍ତି ଗଣ୍ଡ ସୁକଦେବଙ୍କ ଘରକୁ ଯାଇ ପୁଅକୁ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ। ଜଣେ ବୃଦ୍ଧାଙ୍କୁ ଡକାଇ ନିଜ ପୁଅ ରୂପେଶକୁ ଚେଙ୍କ ଦେଇଥିଲେ। ଚେଙ୍କ ଦେଉଥିବା ସମୟରେ ଆଶାକର୍ମୀ ସେଠାକୁ ପହଞ୍ଚି ଏଭଳି ଅବସ୍ଥା ଦେଖି ତୁରନ୍ତ ୧୦୮ ଆମ୍ବୁଲାନସ୍ ଡକାଇଥିଲେ l

ଅପର ପକ୍ଷରେ ଚେଙ୍କ ଯୋଗୁଁ ଋପେଶର ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ହୋଇ ପଡ଼ିବାରୁ ତାଙ୍କୁ ହାଟଭରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା l ତେବେ ଗୁରୁବାର ଋପେଶକୁ ନେଇ ପରିବାର ଲୋକେ ମେଡିକାଲରୁ ଲୁଚି ପଳାଇଥିବା ଅଭିଯୋଗ ହୋଇଛି l ଏହା ପରେ ଡାକ୍ତର ଏ ନେଇ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ତେବେ ପରିବାର ଲୋକେ ପୁନର୍ବାର ରୁପେଶକୁ ଆଣି ଚେଙ୍କ ଦେବା ଫଳରେ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଟେ ଏ ନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିନି।   

Advertisment
ANM Hospital
Advertisment
Advertisment