Advertisment

ଶିଶୁ ଚୋରି ରାକେଟ୍‌ରେ ଧନୀ ମହିଳା: ମା’ କୋଳରୁ ଛୁଆଙ୍କୁ ଚୋରାଇ ବିକି ଦେଉଥିଲେ

ମା’ କୋଳରୁ ଛଡ଼ାଇ ନେଉଥିଲେ ଶିଶୁଙ୍କୁ। ପଇସା ଲୋଭରେ ବିକି ଦେଉଥିଲେ ରାଜ୍ୟ ବାହାରେ। କିଛି ଧନୀଶ୍ରେଣୀର ମହିଳା ଚଳାଉଥିଲେ ଏହି ରାକେଟ।

author-image
Minati Mishra
ଶିଶୁ ଚୋରି ରାକେଟ୍‌ରେ ଧନୀ ମହିଳା:  ମା’ କୋଳରୁ ଛୁଆଙ୍କୁ ଚୋରାଇ ବିକି ଦେଉଥିଲେ

Child abducted in raurkela

ରାଉରକେଲା:ମା’ କୋଳରୁ ଛଡ଼ାଇ ନେଉଥିଲେ ଶିଶୁଙ୍କୁ। ପଇସା ଲୋଭରେ ବିକି ଦେଉଥିଲେ ରାଜ୍ୟ ବାହାରେ। ରାଉରକେଲାରେ ଏମିତି ଏକ ଛୁଆ ବିକ୍ରି ରାକେଟର ଫର୍ଦ୍ଦାପାସ କରିଛି ସ୍ଥାନୀୟ ପୋଲିସ l ଏହି ମାମଲାରେ ପ୍ଲାଣ୍ଟ ସାଇଟ୍ ପୁଲିସ ୫ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଗିରଫ କରିଛି I

Advertisment

ପୋଲିସ ଏମାନଙ୍କଠାରୁ ମୋବାଇଲ ଜବତ କରିବା ପରେ ସମସ୍ତ ଘଟଣା ପଦାକୁ ଆସିଛି। ମୋବାଇଲରେ କେବଳ ଛୁଆ ବିକ୍ରି ରାକେଟର ତଥ୍ୟ ନାହିଁ ବରଂ ଅନେକ ନବଜାତ ଶିଶୁଙ୍କ ଫଟୋ ଥିବା ପୋଲିସ କହିଛିି l ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ରାକେଟ ଚଳାଉଥିଲେ କିଛି ମହିଳା। ପୁଣି ସେମାନେ ଧନୀ ଶ୍ରେଣୀର ବୋଲି ଜଣାପଡ଼ିଛି। ଏହି ଧନୀ ଶ୍ରେଣୀର ମହିଳା ଗଲା କିଛି ମାସ ହେବ ଏହି ରାକେଟ୍ ଚଳାଇ ଆସୁଥିଲେ l ମହିଳା ହୋଇ ବି ବୁଝି ପାରିଲେନି ମା’ କୋଳରୁ ନବଜାତ ଶିଶୁଟି ଅଲଗା ହୋଇ କିପରି ବଞ୍ଚିବ ? ସନ୍ତାନକୁ ହରାଇ ମା’ଟି କିପରି ଅବସ୍ଥାରେ ବଞ୍ଚିଥିବ ?

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ମହିଳାମାନେ  ରାଉରକେଲା ସହରରୁ ଗରିବ ଶିଶୁଙ୍କୁ ମା’ କୋଳରୁ ଚୋରାଇ ଆଣି ଲକ୍ଷାଧିକ ଟଙ୍କାରେ ଝାରଖଣ୍ଡ ଓ ଛତିଶଗଡରେ ବିକ୍ରି କରିଆସୁଥିଲେ l ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ତେବେ ରାକେଟରେ ଆଉ କିଛି ମହିଳାଙ୍କ ହାତ ଥିବା ପୁଲିସ କହିଛି l

Advertisment

ରାଉରକେଲା ଅତିରିକ୍ତ ଏସ୍‌ପି  ବିକ୍ରମ କେଶରୀ ଭୋଇ କହିଛନ୍ତି, ଏହି ମାମଲାରେ ୮ ଜଣ ସଂପୃକ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ମୋବାଇଲ ଜବତ କରିବା ପରେ ଅନେକ ତଥ୍ୟ ପୋଲିସର ହସ୍ତଗତ ହୋଇଛି। ଏମାନଙ୍କ ମୋବାଇଲରେ ଛୋଟ ଛୋଟ ଶିଶୁଙ୍କ ଫଟୋ ରହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ସେମାନେ ପିଲାଚୋରି କରି ବିକୁଛନ୍ତି। ଏମାନେ ପଇସା ଲୋଭରେ ଏପରି ଘୃଣ୍ୟ କାମ କରୁଥିବା ଅତିରିକ୍ତ ଏସ୍‌ପି  କହିଛନ୍ତି।

ଅତିରିକ୍ତ ଏସ୍‌ପିଙ୍କ କହିବା ଅନୁଯାୟୀ,ଏମାନେ  ବିଶେଷକରି ଏମାନେ ପୁଅ ମାନଙ୍କୁ ଲକ୍ଷାଧିକ ଟଙ୍କାରେ ବିକୁଛନ୍ତି। ଝିଅମାନଙ୍କୁ ଟିକିଏ କମ୍‌ ପଇସାରେ ବିକୁଛନ୍ତି। 

ସେପଟେ ରାଉରକେଲା ସହରରେ ଏପରି ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି।

Odisha News Child Theft In Odisha
Advertisment
Advertisment