/odishatv-khabar/media/post_attachments/uploadimage/library/16_9/16_9_0/Fraud_1667639496.jpg)
Fraud
ପୋଲିସ ଚାକିରି ନାଁରେ ପ୍ରାୟ ଦେଢ କୋଟି ଟଙ୍କା ଠକେଇ । ଚାକିରି ଆଶାୟୀଙ୍କ ଠାରୁ ୧ କୋଟି ୪୭ ଲକ୍ଷ ଠକି ନେଇଛନ୍ତି ୩ ଦଲାଲ । ଏଭଳି ଏକ ଘଟଣା ଭୁବନେଶ୍ୱରରେ ଘଟିଛି । ପୋଲିସ ବିଭାଗରେ ଚାକିରି କରାଇ ଦେବା ନାଁରେ ୩୮ ଆଶାୟୀଙ୍କ ଠାରୁ ଏହି ଟଙ୍କା ଠକି ନେଇଛନ୍ତି । ଆଶାୟୀଙ୍କ ଠାରୁ ଟଙ୍କା ହଡ଼ପ କରିଥିବା ଅଭିଯୁକ୍ତ ଜୟନ୍ତ ମହାନ୍ତିକୁ ଏବେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଫେରାର ଜୟନ୍ତ ମହାନ୍ତିଙ୍କୁ ବାଲେଶ୍ୱରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ୨୦୧୩ରେ ୩୮ ଆଶାୟୀ, କମ୍ବାଇନ ପୋଲିସ ସର୍ଭିସ ପରୀକ୍ଷା ଦେଇଥିଲେ । ୨୦୧୬ରେ ଚୂଡ଼ାନ୍ତ ତାଲିକାରେ ୩୮ ଆଶାୟୀଙ୍କ ନାଁ ନଥିଲା । ଦ୍ୱିତୀୟ ତାଲିକା ବାହାରିବ କହି ଆଶାୟୀଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିବା ଜଣାପଡିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)