Advertisment

ଭୁବନେଶ୍ୱରରେ ଚନ୍ଦା-ବାୱରିଆ ଲୁଟେରା ଗ୍ୟାଙ୍ଗକୁ ନେଇ ଚିନ୍ତାରେ କମିଶନରେଟ୍ ପୋଲିସ୍

ଗତ ୮ ଦିନ ମଧ୍ୟରେ ୮ଟି ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ସମସ୍ତ ଚୋରି ପଛରେ ରହିଛି ଏହି ଚନ୍ଦା ଗ୍ୟାଙ୍ଗ। ପୋଲିସ ସୂଚନା ଅନୁସାରେ, ଗ୍ୟାଙ୍ଗରେ ୫ ରୁ ୬ଜଣ ସଦସ୍ୟ ରହିଛନ୍ତି। ଗ୍ୟାଙ୍ଗର ସଦସ୍ୟ ଦିନ ବେଳା ବାଇକରେ ଆସି ରେକି କରନ୍ତି ଏବଂ ରାତିରେ ଲୁଟପାଟ କରୁଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Chanda and Bawaria gangs on prowl in Odisha’s capital city

ଭୁବନେଶ୍ବରରେ ମାତିଛନ୍ତି ଦୁଇ ଲୁଟେରା ଗ୍ୟାଙ୍ଗ। ରାଜରାସ୍ତାରେ ବାୱରିଆ ଗ୍ୟାଙ୍ଗ ଏକୁଟିଆ ମହିଳାଙ୍କୁ ଦେଖି ଗହଣା ଝାମ୍ପି ନେଉଥିବା ବେଳେ ଘର ଭିତରେ ପଶି କଳାକନା ବୁଲାଉଛନ୍ତି ଚନ୍ଦା ଗ୍ୟାଙ୍ଗ। ଗତ ୮ ଦିନ ମଧ୍ୟରେ ରାଜଧାନୀର ବଭିନ୍ନ ଅଞ୍ଚଳରୁ ୮ ଟି ଘରେ ଚନ୍ଦା ଗ୍ୟାଙ୍ଗ କଳାକନା ବୁଲାଇ ସାରିଲେଣି। ସେହିଭଳି ବାୱରିଆ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ପୋଲିସ ଗିରଫ କରିଥିଲେ ବି ଏକାକୀ ମର୍ଣ୍ଣିଂ ୱାକରେ ଯାଉଥିବା ଲୋକଙ୍କ ମନରେ ଏବେବି ଭୟ ରହିଛି। 

Advertisment

ରାଜଧାନୀରେ ମାତିଛନ୍ତି ଚନ୍ଦା ଗ୍ୟାଙ୍ଗ। ଦିନରେ ରେକି କରି ରାତିରେ ଲୁଟପାଟ୍। ଶନିବାର ରାତି, ଲୁଟେରା ଗ୍ୟାଙ୍ଗର ଟାର୍ଗେଟ୍ ଥିଲା ଭରତପୁର ଅଂଚଳର ଦୁର୍ଗାମାଧବପୁର। ଜଣଙ୍କ ଘରେ ପଶି ମାଲିକଙ୍କୁ ତାଲା ପକାଇବା ସହ ବେଧଡକ କରିଥିଲେ ଲୁଟପାଟ। ଘର ମାଲିକ ୩୦ ବର୍ଷ ଧରି ସାଇତି ରଖିଥିବା ୨୭ ଟି ଦେଶର ନୋଟ ଏବଂ ୫ ହଜାର ପୁରୁଣା କଏନ ଲୁଟି ନେଇଥିଲେ। ଘରୁ ସୁନା ଅଳଙ୍କାର ଓ ଟଙ୍କା ମଧ୍ୟ ଲୁଟି ନେଇଥିଲେ ଏହି ଗ୍ୟାଙ୍ଗ। 

ମଙ୍ଗଳବାର ରାତି, ଗ୍ୟାଙ୍ଗର ଲୁଟ୍ ପ୍ଲଟ୍ ପାଲଟିଲା ଲକ୍ଷ୍ମୀସାଗର ଅଂଚଳର ସନ୍ତୋଷୀ ବିହାର। ଘର ମାଲିକ ମିହିରକାନ୍ତ ସାମଲ ଓ ପଡୋଶୀଙ୍କ ଘରେ କଳା କନା ବୁଲାଇ ଦେଇଛନ୍ତି ଏହି ଚନ୍ଦା ଗ୍ୟାଙ୍ଗ। ଘର ଝରକା ଭାଙ୍ଗି ଲୁଟେରା ଗ୍ୟାଙ୍ଗ ପଶିବା ପରେ ଭିତରପଟୁ କବାଟ ବନ୍ଦ କରିଦେଇଥିଲେ। ପରେ ୨ଶହ ଗ୍ରାମରୁ ଅଧିକ ସୁନା ଗହଣା ଓ ଟଙ୍କା ଲୁଟି ଚମ୍ପଟ ମାରିଛନ୍ତି। ସିସିଟିଭିରେ ଗ୍ୟାଙ୍ଗ ସଦସ୍ୟଙ୍କ ଚିତ୍ର କଏଦ ହୋଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି।

Advertisment

ଗତ ୮ ଦିନ ମଧ୍ୟରେ ୮ଟି ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ସମସ୍ତ ଚୋରି ପଛରେ ରହିଛି ଏହି ଚନ୍ଦା ଗ୍ୟାଙ୍ଗ। ପୋଲିସ ସୂଚନା ଅନୁସାରେ, ଗ୍ୟାଙ୍ଗରେ ୫ ରୁ ୬ଜଣ ସଦସ୍ୟ ରହିଛନ୍ତି। ଗ୍ୟାଙ୍ଗର ସଦସ୍ୟ ଦିନ ବେଳା ବାଇକରେ ଆସି ରେକି କରନ୍ତି ଏବଂ ରାତିରେ ଲୁଟପାଟ କରୁଛନ୍ତି। ଗ୍ୟାଙ୍ଗର ଏକାଧିକ ସଦସ୍ୟ ଚନ୍ଦା ହୋଇଥିବାରୁ ଲୁଟେରା ଗ୍ୟାଙ୍ଗର ନାଁ ଚନ୍ଦା ଗ୍ୟାଙ୍ଗ ରଖିଛି ପୋଲିସ। ଲୁଟେରାମାନେ କେତେବେଳେ ଧୋତି ପିନ୍ଧି ଆସୁଛନ୍ତି ତ କେତେବେଳେ ହାଫ ପ୍ୟାଣ୍ଟ। ଲୁଟ କରିବା ବେଳେ ଜୋତା କି ଚପଲ ପିନ୍ଧୁ ନାହାନ୍ତି। ଫଳରେ ଲୁଟେରାଙ୍କୁ ସନ୍ଧାନୀ କୁକୁର ମାଧ୍ୟମରେ ଧରିବା ମୁସ୍କିଲ ହେଉଛି କମିଶନରେଟ୍ ପୋଲିସ ପାଇଁ।

ରାଜଧାନୀରେ ଘର ଭିତରେ ପଶି ଚନ୍ଦା ଗ୍ୟାଙ୍ଗ କଳାକନା ବୁଲାଉଥିବା ବେଳେ ରାଜରାସ୍ତାରେ ମାତିଛନ୍ତି ବାୱରିଆ ଗ୍ୟାଙ୍ଗ। ରାସ୍ତାରେ ଯାଉଥିବା ଏକୁଟିଆ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି ଏହି ଗ୍ୟାଙ୍ଗ। ଉତ୍ତରପ୍ରଦେଶରୁ ଆସି ଓଡିଶାର ବିଭିନ୍ନ ସ୍ଥାନରେ ଏହି ଗ୍ୟାଙ୍ଗ ଲୁଟପାଟ କରୁଛି। କିଛି ଦିନ ତଳେ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ହେଲେ ଏବେବି ଗ୍ୟାଙ୍ଗ ସକ୍ରିୟ ଥିବା ଜଣା ପଡିଛି।

Commissionerate Police Smart City
Advertisment
Advertisment