Advertisment

Chain Snatchers Terrorize Bhubaneswar: ମାତିଛନ୍ତି ଚେନ୍ ଲୁଟେରା: ଅସୁରକ୍ଷିତ ରାଜଧାନୀ ରାସ୍ତା, ଦିନକରେ ୪ ଜଣଙ୍କ ଠାରୁ ଝାମ୍ପିନେଲେ...

ଭୁବନେଶ୍ବରରେ ଆତଙ୍କ ଖେଳାଇଛନ୍ତି ଚେନ୍ ଲୁଟେରା। ଗୋଟିଏ ଦିନରେ ଚାରି ଚାରିଟି ଘଟଣା ରାଜଧାନୀବାସୀଙ୍କୁ ଭୟଭିତ କରିଛି । କେଉଁଠି ଗୋଡାଇ ଗୋଡାଇ ଛିଣ୍ଡାଇ ନେଇଛନ୍ତି । ପୁଣି କାର୍ ଭିତରୁ ଝାମ୍ପି ନେଇଛନ୍ତି ଚେନ୍।

author-image
Sujit kumar Swain
ଅଦ୍ୟତନ ହୋଇଛି
Chain Snatchers Terrorize Bhubaneswar

Chain Snatchers Terrorize Bhubaneswar

ରାଜଧାନୀରେ ପୁଣି ଚେନ୍ ଲୁଟେରାଙ୍କ ଆତଙ୍କ । ଗୋଟିଏ ଦିନରେ ୪ ଜଣଙ୍କ ଠାରୁ ଝାମ୍ପିନେଲେ ଚେନ୍ । କାର ଭିତରେ ଯାଉଥିବା ମହିଳାଙ୍କ ବେକରୁ ଛିଣ୍ଡାଇଲେ, ରାସ୍ତା କଡରେ ଛିଡା ହୋଇଥିବା ଲୋକଙ୍କ ଠାରୁ ଝାମ୍ପିନେଲେ । ଚେନ୍ ଲୁଟେରାଙ୍କ କାରନାମା ଦେଖି ଆତଙ୍କିତ ଲୋକେ । ଏପଟେ ଗତକାଲି ମାମଲାରେ କେହି ଗିରଫ ହୋଇନଥିବା ବେଳେ ରାଜଧାନୀରେ ବିଭିନ୍ନ ଚେନ୍ ଲୁଟ୍ ମାମଲାରେ ୮ ଜଣଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ । 

Advertisment

ଅସୁରକ୍ଷିତ ରାଜଧାନୀ ରାସ୍ତା । ମାତିଛନ୍ତି ଚେନ୍ ଲୁଟେରା । ୪ ଜଣଙ୍କ ଠାରୁ ଝାଂପିନେଲେ ଚେନ୍ । ଭୁବନେଶ୍ବରରେ ଆତଙ୍କ ଖେଳାଇଛନ୍ତି ଚେନ୍ ଲୁଟେରା। ଗୋଟିଏ ଦିନରେ ଚାରି ଚାରିଟି ଘଟଣା ରାଜଧାନୀବାସୀଙ୍କୁ ଭୟଭିତ କରିଛି । କେଉଁଠି ଗୋଡାଇ ଗୋଡାଇ ଛିଣ୍ଡାଇ ନେଇଛନ୍ତି । ପୁଣି କାର୍ ଭିତରୁ ଝାମ୍ପି ନେଇଛନ୍ତି ଚେନ୍। ଲୁଟ୍ ପରେ କ୍ଷଣିକେ କୁଆଡେ ଗାଏବ୍ ହୋଇଯାଉଛନ୍ତି ଲୁଟେରା। ଗୁରୁବାର ଅପରାହ୍ନରେ ମଞ୍ଚେଶ୍ୱର ଠାରୁ ବଡ଼ଗଡ଼ ଅଞ୍ଚଳ ଥିଲା ଚେନ୍ ଲୁଟେରାଙ୍କ ଅପରେସନ ଏରିଆ । CCTVରେ କଏଦ ହୋଇଛି ଲୁଟେରାଙ୍କ କାରନାମା । ତମାମ ସୁରକ୍ଷା ବ୍ୟବସ୍ଥା ଭିତରେ ଲୁଟେରା ଦେଖାଇଥିଲେ ଦବଦବା । ପଳାଶୁଣୀ ଅଂଚଳରେ ପୁନମ୍ ପରିଡା ନାମକ ଜଣେ ମହିଳା ଫର୍ଚୁନର ଗାଡ଼ିରେ ବସିଥିବା ବେଳେ ପଲସର ବାଇକରେ ଆସି ଦୁଇ ଦୁର୍ବୃତ୍ତ ଅଖି ପିଛୁଳାକେ ଝାମ୍ପି ନେଇଥିଲେ ଦୁଇଟି ଚେନ୍। ଲୁଟ୍ ପୂର୍ବରୁ କିଭଳି ଲୁଟେରା ଛକି ରହିଛନ୍ତି ତାର ଦୃଶ୍ୟ CCTVରେ କଏଦ ହୋଇଛି। ସେପଟେ ବିଭିନ୍ନ ଚେନ୍ ଲୁଟ୍ ମାମଲାରେ କମିଶନରେଟ୍ ପୋଲିସ ୮ ଜଣଙ୍କୁ ବାନ୍ଧିଛି । 

ଅଧିକ ପଢ଼ନ୍ତୁ: ସାଇବର ଠକଙ୍କ ଟାର୍ଗେଟରେ ଫସିଲେ ୮୬ ବର୍ଷୀୟା ବୃଦ୍ଧା,ଠକିନେଲେ ୨୦ କୋଟି

Advertisment

ଗତକାଲି ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଛିନତାଇର କିଛି ସମୟ ପରେ ଲୁଟେରାଙ୍କ ଅପରେସନ ଏରିଆ ପାଲଟିଥିଲା ବଡ଼ବଡ଼ ଅଞ୍ଚଳ । ସମାନ ଢଙ୍ଗରେ ବଡ଼ଗଡ଼ ଅଂଚଳରେ ବିପିନ ବିହାରୀ ପାତ୍ର ନାମକ ଜଣେ ବ୍ୟକ୍ତି ପୂଜା ସାମଗ୍ରୀ ଦୋକାନରୁ ଘରକୁ ଫେରୁଥିବା ସମୟରେ ଦୁଇ ଦୁର୍ବୃତ୍ତ ପଲସର ବାଇକରେ ଆସି ତାଙ୍କ ବେକରୁ ଦୁଇଟି ସୁନା ଚେନ୍ ଝାମ୍ପି ନେଇଥିଲେ। ହେଲେ ଲୁଟେରାଙ୍କ  ଠାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିପିନ । ଚେନ୍ ଛିଣ୍ଡି ନଥିଲେ ତାଙ୍କ ବେକ କାଟି ଯାଇଥାନ୍ତା ବୋଲି କହିଛନ୍ତି ବିପିନ ।

ସେହିଭଳି ଅନ୍ୟ ଦୁଇ ଜଣ ରାସ୍ତାରେ ଯାଉଥିବା ବେଳେ ଲୁଟେରାଙ୍କ ଶିକାର ହୋଇଥିବା ନେଇ ବଡ଼ବଡ଼ ଥାନାରେ ଅଭିଯୋଗ ହୋଇଛି । କିଛି ଦିନର ନୀରବତା ପରେ ପୁଣି ଚେନ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଥିବା ବେଳେ ଭୟବିତ ଥିବା କହିଛନ୍ତି ରାଜଧାନିବାସୀ। 

ଅଧିକ ପଢ଼ନ୍ତୁ: 'ଯୌନ ଶୋଷଣର ଶିକାର ହୋଇଥିଲେ ନେପାଳୀ ଛାତ୍ରୀ, ୧୧ ମାସ ପୂର୍ବରୁ କରିଥିଲେ ଅଭିଯୋଗ'

Bhubaneswar Chain Snatchers
Advertisment
Advertisment