/odishatv-khabar/media/post_attachments/uploadimage/library/16_9/16_9_0/crime_1673947178.jpg)
crime
ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ପୁଳା ପୁଳା ସୁନା ଅଳଙ୍କାର । କୁବେର ଅବସରପ୍ରାପ୍ତ ରେଲୱେ ଅଧିକାରୀ ପ୍ରମୋଦ ଜେନାଙ୍କ ଘରୁ ବିପୁଳ ସଂପତ୍ତି ଠାବ ହୋଇଛି । ୧୭ କେଜି ସୁନା ଓ ନଗଦ ୧ କୋଟି ୫୭ ଲକ୍ଷ ନଗଦ ଟଙ୍କା ଠାବ କଲା CBI । ଠାବ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୮ କୋଟି ୫୦ ଲକ୍ଷ ବୋଲି ଜଣାପଡ଼ିଛି । ସେହିପରି ପ୍ରମୋଦ ଜେନାଙ୍କ ଘରୁ ୨ କୋଟି ୫୦ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ ମଧ୍ୟ ଠାବ ହୋଇଛି । ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଆଜି CBI ଚଢ଼ାଉ କରିଥିଲା ।
Advertisment
ଗତ ୧୫ ବର୍ଷରେ ପିକେ ଜେନା ଓ ତାଙ୍କ ପରିବାର ଲୋକଙ୍କ ଆୟ ଅନୁସାରେ ସମ୍ପତି ୩ କୋଟି ୨୫ ଲକ୍ଷ ଟଙ୍କା ହେବା କଥା । ଏପରିକି ସେ ଏତିକି ବର୍ଷ ମଧ୍ୟରେ ୮୮ ଲକ୍ଷ୫୮ ହଜାର ଟଙ୍କା ଖର୍ଚ୍ଚ ମଧ୍ୟ କରିସାରିଛନ୍ତି । ଫଳରେ ତାଙ୍କ ପାଖରେ ୨ କୋଟି ୩୬ ଲକ୍ଷ ଟଙ୍କା ସଂଚୟ ରହିବା କଥା । କିନ୍ତୁ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟି ୨୮ଲକ୍ଷ ଟଙ୍କାରୁ ଅଧିକ ହେବ । ଆୟ ତୁଳନାରେ ସମ୍ପତି ୫୯ ପ୍ରତିଶତରୁ ଅଧିକ ମିଳିଥିବା ସିବିଆଇ କହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)