• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭଦ୍ରକ: ଅନଲାଇନରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲା । ଓଡ଼ିଶାରେ ସିବିଆଇର ଅଚାନକ୍‌ ରେଡ୍‌ ।  ସିବିଆଇ ପକ୍ଷରୁ ଓଡ଼ିଶା ସମେତ ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ତଦନ୍ତ ହେଉଛି । ମୋଟ୍ ୭୬ଟି ଅଞ୍ଚଳରେ ସର୍ଚ୍ଚ କରିବା ସହ ଖୋଳତାଡ଼ କରୁଛି ସିବିଆଇ । ଓଡ଼ିଶା, ଦିଲ୍ଲୀ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ହିମାଚଳପ୍ରଦେଶରେ ଏହି ଯାଞ୍ଚ କରାଯାଉଛି ।

ଅନ୍‌ଲାଇନ୍‌ରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା । ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ । ଅନୁମାନ କରାଯାଉଛି, ଚିହ୍ନଟ ହୋଇଥିବା ଅଭିଯୁକ୍ତଙ୍କ ଠିକଣାରେ ଏହି ଯାଞ୍ଚ କରାଯାଉଛି । ଭଦ୍ରକ ଏବଂ ଯାଜପୁରରେ ସିବିଆଇ ରେଡ୍ ହୋଇଥିବା ସୂଚନା । ସିବିଆଇ ଏତଲାରେ ଥିବା ୨ ଜଣଙ୍କ ଘରେ ଏହି ରେଡ୍ ପଡ଼ିଛି । ଯାଜପୁର ମାସୁଦପୁରର ଅନୀଲ ମାଝୀଙ୍କ ଘରେ ରେଡ୍ କରାଯାଇଥିବା ବେଳେ ଭଦ୍ରକ ଆରପଡ଼ାର ମନୋରଂଜନ ଦାସଙ୍କ ଘରେ ରେଡ୍ କରାଯାଇଛି ।