• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏମିତି ବିଭତ୍ସ୍ୟ ଦୃଶ୍ୟ ବୋଧେ କେବେ ଆପଣମାନେ ଦେଖିଥିବେ । ଏପରି ଚିତ୍ର, ନିଜେ ମୃତ୍ୟୁ ମଧ୍ୟ ଦେଖିଲେ ଡରିଯିବ । ନିଶାରେ ମତ୍ତ ବାଳକର ବିଭତ୍ସ କାଣ୍ତ । ୬୦ ଥର ଛୁରୀ ଭୁଷିଲା, ପରେ ନାଚିଲା । ମଝିରେ ମଝିରେ ମୃତକର ମୁଣ୍ତକୁ ଗୋଇଠା ମଧ୍ୟ ମାରିଲା । ମାନବିକତାର ସବୁସୀମା ଟପିଗଲା ୧୬ ବର୍ଷୀୟ ବାଳକ । ଏପରି ଲୋମ ଟାଙ୍କୁରା ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଉତ୍ତର-ପୂର୍ବ ଦିଲ୍ଲୀରେ ଜଣେ ୧୬ ବର୍ଷ ବାଳକର ବିଭତ୍ସ କାରାନାମା ସିସିଟିଭିରେ କଏଦ ହୋଇଛି ।

ତଳେ ଥିବା ଭିଡ଼ିଓକୁ ଦେଖନ୍ତୁ .. ବର୍ବରତାର ସବୁ ସୀମା ଟପି ଯାଇଛି ଏହି ନାବାଳକ । ଭିଡ଼ିଓଟିରେ ନାବାଳକ ଜଣକ ଯୁବକଙ୍କୁ ବାରମ୍ବାର ଛୁରା ମାଡ଼ କରୁଥିବାର ଦେଖିବାକୁ ମିଳୁଛି । ଏପରି କାଣ୍ତ ଭିଆଇବା ପରେ ମଧ୍ୟ ଅଭିଯୁକ୍ତର ମନ ଶାନ୍ତ ହେଉନି । ମଦମତ୍ତ ହୋଇ ଅଭିଯୁକ୍ତ ଜଣକ ନାଚୁଥିବାର ଦେଖା ଯାଉଛି । ଗତ ମଙ୍ଗଳବାର ରାତି ପ୍ରାୟ ୧୦.୨୦ ସମୟରେ ଏହି ଘଟଣା ଘଟିଛି ବୋଲି ଦିଲ୍ଲୀ ପୋଲିସ ତରଫରୁ ପ୍ରକାଶ । ପୀଡ଼ିତ ଯୁବକଙ୍କୁ ହସ୍ପିଟାଲ ନିଆ ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ପୋଲିସ ରିପୋର୍ଟ ଅନୁସାରେ ନାବାଳକ ଜଣକ ଜାଫରବାଦର ବାସିନ୍ଦା । ଟଙ୍କା ନଦେବାରୁ ନାବାଳକ ଜଣକ ବାରମ୍ବାର ଛୁରା ମାଡ଼ କରିଥିଲା । ପରେ ଯୁବକଙ୍କ ପାଖରେ ଥିବା ୩୫୦ ଟଙ୍କା ଲୁଟି ଫେରାର ହୋଇ ଯାଇଥିଲା । କିନ୍ତୁ ଚୋରିର ଏ ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇ ଯାଇଥିଲା । ଅତି ନିର୍ମମ ଭାବରେ ଘୋଷାଡ଼ି ଘୋଷାଡ଼ି ଛୁରୀ ମାରି ହତ୍ୟା କରିଥିଲା ନାବାଳକ ।

ପାଖରେ ଥିବା ଟଙ୍କା ଦେବାକୁ ପ୍ରଥମେ ଅଭିଯୁକ୍ତ ଜଣକ ଉକ୍ତ ୧୮ ବର୍ଷୀୟ ଯୁବକଙ୍କୁ କହିଥିଲା । କିନ୍ତୁ ଯୁବକ ଜଣକ ନଶୁଣିବାରୁ ତାଙ୍କୁ ହତ୍ୟା କରିଥିଲା ଓ ପରେ ଟଙ୍କା ନେଇ ଫେରାର ହୋଇ ଯାଇଥିଲା । ୬୦ ରୁ ଅଧିକ ଥର ଛୁରି ଭୁଷିବା ପରେ ମନ ଶାନ୍ତି ହେଲା ନାହିଁ ଯେ, ଶବ ଉପରେ ନାଚିଲା । ମୁଣ୍ତକୁ ଗୋଇଠା ମଧ୍ୟ ମାରିଲା ।

ତେବେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ହତ୍ୟାରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରି ସାରିଛି । ଅଭିଯୁକ୍ତ ଜଣକ ନାବାଳକ ହୋଇଥିବାରୁ ବିଶେଷ କିଛି କହିବାକୁ ମନା କରି ଦେଇଛି ପୋଲିସ ।