Advertisment

ଦ୍ୱିତୀୟ ଶ୍ରେଣୀର ଛାତ୍ରକୁ ଅସଦାଚରଣ ! କାନ୍ଦି କାନ୍ଦି ଘରେ କହିଲା ମାଡାମ୍ ମୋତେ...

ଦୁଇଦିନ ପୂର୍ବେ ସ୍କୁଲରେ ମଧ୍ୟାହ୍ନ ଭୋଜନରେ କଦଳୀ ଦିଆଯାଇଥିଲା। ଯାହାକି କଳା ପଡ଼ି ଖରାପ ହୋଇଯାଇଥିଲା। ଏନେଇ ପିଲାଟି ଘରକୁ ଆସି ବାପାଙ୍କୁ ଏ ବିଷୟରେ କହିଥିଲା ।

author-image
Sonali Ojha
ଅଦ୍ୟତନ ହୋଇଛି
obscene-acts-with-minor-student

obscene-acts-with-minor-student

ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅସଦାଚରଣ ଅଭିଯୋଗ। ମହାରାଷ୍ଟ୍ରର ବୁଲଦାନାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପିଲାଟି ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନାନୁସାରେ, ଘଟଣାଟି ଶେଗାଓ ତହସିଲର ଜିଲ୍ଲା ପରିଷଦ ମରାଠୀ ବିଦ୍ୟାଳୟର। ଛାତ୍ରଟିର ବାପା ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ କରିବେ କହିବାରୁ ସେ ଏପରି କାଣ୍ଡ କରିଥିଲେ। ପିଲାଟି କାନ୍ଦି କାନ୍ଦି ଘରେ ପହଞ୍ଚିଲା ଓ ସବୁ କଥା କହିଲା। ସ୍କୁଲରେ ଖେଳୁଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଡାକି ସମ୍ବେଦନଶୀଳ ଅଂଶକୁ ମାଡ ମାରିଥିବା ସେ କହିଥିଲା।

ଏନେଇ ଛାତ୍ରର ବାପା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁଯାୟୀ, ଦୁଇଦିନ ପୂର୍ବେ ସ୍କୁଲରେ ମଧ୍ୟାହ୍ନ ଭୋଜନରେ କଦଳୀ ଦିଆଯାଇଥିଲା। ଯାହାକି କଳା ପଡ଼ି ଖରାପ ହୋଇଯାଇଥିଲା। ଏନେଇ ପିଲାଟି ଘରକୁ ଆସି ବାପାଙ୍କୁ ଏ ବିଷୟରେ କହିଥିଲା ।

Advertisment

ଛାତ୍ରର ବାପା ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିଥିଲେ। କାହିଁକି ଖରାପ କଦଳୀ ଦିଆଗଲା ବୋଲି ପ୍ରଶ୍ନ କରିବାରୁ ସେ ଯୁକ୍ତିତର୍କ ଆରମ୍ଭ କରିଦେଲେ। ପୀଡିତ ଶିଶୁର ବାପା କହିଛନ୍ତି ଯେ ମୋ ପୁଅ ମୋତେ କାନ୍ଦିକାନ୍ଦି କହିଲା ଯେ ମାଡାମ ତାକୁ ଡାକିଲେ ଏବଂ ସେ କାହିଁକି ଏନେଇ ଘରେ ଜଣାଇଲେ ବୋଲି ପଚାରିଥିଲେ। ଏହା ପରେ ସେ ସମ୍ବେଦନଶୀଳ ଅଂଗକୁ ମାରିଥିବା କହିଥିଲା। ଏହି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶିଶୁର ବାପା ଦାବି କରିଛନ୍ତି।

Minor Students
Advertisment
Advertisment