• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗଂଜାମ କବିସୂର୍ଯ୍ୟନଗରରେ ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା । ସାପୁଆକୁ ଧରିଛି ପୋଲିସ୍ । ସାପୁଆ ବସନ୍ତ ଆଚାର୍ଯ୍ୟଙ୍କୁ ଗିରଫ କରିବା ପରେ କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । କବିସୂର୍ଯ୍ୟନଗର JMFCଙ୍କ ନିକଟରେ ଘଟଣାକୁ ନେଇ ବୟାନ ରେକର୍ଡ କରାଯାଇଛି ।

ବସନ୍ତ ହିଁ ଅଭିଯୁକ୍ତ କେ. ଗଣେଶ ପାତ୍ରଙ୍କୁ ସାପ ଦେଇଥିବା ସୂଚନା ମିଳିଛି । ସେପଟେ ଏହି ମାମଲାରେ ଆହୁରି ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ପୋଲିସ୍ । କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ କେ. ଗଣେଶ ପାତ୍ର ନିଜ ସ୍ତ୍ରୀ ଓ ଝିଅକୁ ସାପ ସହାୟତାରେ ହତ୍ୟା କରିଥିବା ଅଭିଯୋଗ ଆସିଛି ।

ଗତ ଅକ୍ଟୋବର ୭ ତାରିଖରେ ଘରେ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗଣେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି । କଳ୍ପନାର ବାହାରେ ଏଭଳି ସାଂଘାତିକ କାଣ୍ଡକୁ ନେଇ ପୁରା ରାଜ୍ୟରେ ହଇଚଇ ।

ଅପରପକ୍ଷେ, ସିଡ୍ୟୁଲ୍ ୱାନ୍ ଶ୍ରେଣୀରେ ଆସୁଥିବା ନାଗ ସାପକୁ ଅସ୍ତ୍ର ଭାବେ ବ୍ୟବହାର କରାଯିବା ଏବଂ ସାପକୁ ମାରି ଦିଆଯାଇଥିବା ଖବରକୁ ଗୁରୁତ୍ବର ସହନେଇଛି ବନ୍ୟପ୍ରାଣୀ ବିଭାଗ। ବିଭାଗୀୟ ପିସିସିଏଫ୍ ଘଟଣାର ଟିକିନିଖି ତଦନ୍ତ ପାଇଁ ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।