Car Accident
କେନ୍ଦୁଝରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ କାର୍ ଉପରେ ମାଡ଼ିଗଲା ଟ୍ରକ୍ । ଏକାଥରକେ ୪ ଜଣଙ୍କ ମୃତ୍ୟୁ । ଘଟଣାସ୍ଥଳରେ ହିଁ ଚାଲିଗଲା ୩ ଜଣଙ୍କ ଜୀବନ । ଆଉ ହସ୍ପିଟାଲରେ ଜଣଙ୍କର ହେଲା ମୃତ୍ୟୁ । କେନ୍ଦୁଝର ସଦର ଥାନା ବଡ଼ପୋଷି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଘଟଗାଁରୁ କେନ୍ଦୁଝରକୁ ମେଳା ଦେଖିବାକୁ କାର୍ରେ ଆସୁଥିଲେ । ଏହି ସମୟରେ ଏକ ଟ୍ରକ୍ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା ।
ଅଧିକ ପଢ଼ନ୍ତୁ: ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଲା କାର୍, ୩ ମୃତ
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହ ଗୁଡ଼ିକୁ କାର ଭିତରୁ ଉଦ୍ଧାର କରାଯାଇଥିଲା । ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଟ୍ରକ୍ ଡ୍ରଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667479131.jpg)