Advertisment

ମରିଗଲା ନରରାକ୍ଷସ ! ମହିଳାଙ୍କୁ ମାରି ପିଉଥିଲା ରକ୍ତ, ଖାଉଥିଲା ମାଂସ

ମନସ୍ତତ୍ୱବିତ ଓ ସ୍ନାୟୁ ରୋଗ ବିଭାଗ ଡାକ୍ତରମାନେ ତା’ର ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ। ହେଲେ ତା' ରୋଗକୁ ଚିହ୍ନଟ କରିବାରେ ସକ୍ଷମ ହୋଇ ନଥିଲେ ବୋଲି ସେ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Rajasthan Murder Case News

ମରିଗଲା ନରରାକ୍ଷାସ !

ପ୍ରଥମେ ମହିଳାଙ୍କୁ ହତ୍ୟା, ପରେ ତାଙ୍କ ମାଂସ ଖାଇ ଗିରଫ ହୋଇଥିବା ନରରାକ୍ଷସର ମୃତ୍ୟୁ ହୋଇଛି।  ରାଜସ୍ଥାନର ଏମଜି ହସ୍ପିଟାଲରେ ସେ ଆଖି ବୁଜିଛି। ଗିରଫ ପରେ ତାଙ୍କ ମାନସିକ ଅବସ୍ଥାର ଯାଞ୍ଚ ପାଇଁ ତାକୁ ଶନିବାର ଠାରୁ ଏମଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମଙ୍ଗଳବାର ହୃଦଘାତରେ ତା’ର ମୃତ୍ୟୁ ଘଟିଛି। 

Advertisment

ଘଟଣାଟି ଥିଲା ଏମିତି: 

ମେ’ ୨୬ ତାରିଖ। ୨୫ ବର୍ଷୀୟ ସୁରେନ୍ଦ୍ର ଠାକୁର ଜଣେ ବୟସ୍କ ମହିଳାଙ୍କ ମୃତଦେହକୁ ଧରି ତାଙ୍କ ମାଂସ ଖାଉଥିଲା। ଏତିକି ବେଳେ ଗାଁ ଲୋକମାନେ ତାକୁ ଦେଖିଥିଲେ। ସେମାନେ ତାକୁ କାବୁ କରିବା ସହ ପୁଲିସ୍‌କୁ ଖବର ଦେଇଥିଲେ। ତୁରନ୍ତ ତା’କୁ ପାଲିରେ ଥିବା ହସ୍ପିଟାଲକୁ ନିଆଯାଇଥିଲା। ଦିନକ ପରେ ସୁରେନ୍ଦ୍ରକୁ ଯୋଧପୁର ସ୍ଥାନାନ୍ତର କରାଯାଇଥିଲା। ମେଡିକାଲ କର୍ମଚାରୀ ଓ ପୁଲିସ୍‌ ସୁରେନ୍ଦ୍ରକୁ କାବୁ କରୁଥିବା ବେଳେ ସେ କିଛି ଜଣଙ୍କୁ କାମୁଡ଼ି ମଧ୍ୟ ଦେଇଥିଲା। ସଂକ୍ରମଣ ଭୟରେ ସେମାନେ ଯୋଧପୁରରେ ଟିକା ନେଇଥିଲେ।

ଅଧିକ ପଢ଼ନ୍ତୁ: ଏମିତି ରାଗ ! ସ୍ତ୍ରୀ ସହ ଝଗଡ଼ା ପରେ ଝିଅକୁ ୨୫ ଥର ଛୁରୀ ଭୁସି ହତ୍ୟା କଲା ବାପା

Advertisment

ସେ ଯୋଧପୁରକୁ ଆସିବା ପରଠାରୁ ଅସ୍ୱାଭାବିକ ବ୍ୟବହାର ପ୍ରଦର୍ଶନ କରୁଥିଲା। ତା’ର ମାନସିକ ଅବସ୍ଥା ଆଦୌ ଭଲ ନଥିଲା। ଏଥିପାଇଁ ତାକୁ ହସ୍ପିଟାଲର ଆଇସୋଲେସନ କେନ୍ଦ୍ରରେ ରଖାଯାଇଥିଲା। ବେଶ ସତର୍କତାର ସହ ଚିକିତ୍ସା ଯୋଗାଇ ଦିଆଯାଉଥିଲା। ମନସ୍ତ୍ୱତବିତ ଓ ସ୍ନାୟୁ ରୋଗ ବିଭାର ଡାକ୍ତରମାନେ ତା’ର ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ। ହେଲେ ତା' ରୋଗକୁ ଚିହ୍ନଟ କରିବାରେ ସକ୍ଷମ ହୋଇ ନଥିଲେ ବୋଲି ସେ କହିଛନ୍ତି।

ଡାକ୍ତରମାନେ ପ୍ରାଥମିକ ସ୍ତରରେ କହିଛନ୍ତି ଯେ ସୁରେନ୍ଦ୍ର କୌଣସି ମାନସିକ କିମ୍ବା ଜଳାନ୍ତକ ରୋଗରେ ପୀଡ଼ିତ ଥିଲା। ତା’ର ସିଟି ସ୍କାନ ସହ ଲିଭର ଓ କିଡ୍‌ନୀ ପରୀକ୍ଷା କରାଯାଇଥିଲା। ଏହି ସମୟରେ ତା’ର ଲିଭର ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ସୁରେନ୍ଦ୍ରକୁ ଧରିବା ପରେ ପୁଲିସ୍‌ ତା ପରିବାର ଲୋକଙ୍କୁ ଠାବ କରିବାକୁ ଚେଷ୍ଟା କରୁଥିଲେ ବି ସଫଳତା ପାଇପାରିନି। 

Murder Murder Case
Advertisment
Advertisment