Advertisment

ଏମିତି ରାଗ ! ସ୍ତ୍ରୀ ସହ ଝଗଡ଼ା ପରେ ଝିଅକୁ ୨୫ ଥର ଛୁରୀ ଭୁସି ହତ୍ୟା କଲା ବାପା

ସାମାନ୍ୟ କଥାକୁ ନେଇ ସ୍ତ୍ରୀ ସହ ଝଗଡ଼ା ପରେ ଝିଅକୁ ୨୫ ଥର ଛୁରୀ ଭୁସି ହତ୍ୟା କଲା ବାପା। ଆଉ ଆହତ ଅବସ୍ଥାରେ ସ୍ତ୍ରୀକୁ ସେମିତି ଛାଡ଼ି ଦେଇ ପଳାଇଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Surat Murder Case

Man stabs daughter 25 times in Surat

ଏମିତି ରାଗ ଯେ, ସାମାନ୍ୟ କଥାକୁ ନେଇ ସ୍ତ୍ରୀ ସହ ଝଗଡ଼ା ପରେ ଝିଅକୁ ୨୫ ଥର ଛୁରୀ ଭୁସି ହତ୍ୟା କଲା ବାପା। ଆଉ ଆହତ ଅବସ୍ଥାରେ ସ୍ତ୍ରୀକୁ ସେମିତି ଛାଡ଼ି ଦେଇ ପଳାଇଲା। ଘରୋଇ କଳିକୁ ନେଇ ଗୁଜରାଟର ସୁରତରେ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ମେ’ ୧୮ ତାରିଖ ରାତିରେ ସୁରତର କାଦୋଦରା ଅଞ୍ଚଳରେ ଏହି ଛାତିଥରା ଘଟଣା ଘଟିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

Advertisment

ସୂଚନା ଅନୁସାରେ, ସୁରତର ସତ୍ୟନଗର ସୋସାଇଟିରେ ପରିବାର ସହ ରାମାନୁଜା ରହୁଥିଲା। ତଦନ୍ତ ଅଧିକାରୀଙ୍କ କହିବା ଅନୁସାରେ, ସାମାନ୍ୟ କଥାକୁ ନେଇ ସ୍ତ୍ରୀ ସହ ଝଗଡ଼ା ପରେ ରାମାନୁଜା ଆଉ ନିଜର କ୍ରୋଧ ସମ୍ଭାଳି ପାରିନଥିଲା। ଝିଅ ଟେରାସ୍‌ରେ ଶୋଇଥିବାରୁ ଏହି କଥାକୁ ନେଇ ସେ ସ୍ତ୍ରୀ ସହ ଝଗଡ଼ା କରିଥିଲା। ଝଗଡ଼ା ଧୀରେ ଧୀରେ ଉଗ୍ରରୂପ ଧାରଣା କରିଥିଲା। 

ଅଧିକ ପଢ଼ନ୍ତୁ: ପ୍ରେମିକାକୁ ବିଚ୍‌ ରାସ୍ତାରେ ୨୧ ଥର ଛୁରା ମାଡ଼ ପରେ ପଥରରେ ଛେଚି ହତ୍ୟା

Advertisment

ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦୃଶ୍ୟ ଅନୁସାରେ, ରାତି ୧୧ଟା ୨୦ରେ ରାମାନୁଜା ପ୍ରଥମେ ପିଲାମାନଙ୍କ ସାମ୍ନାରେ ସ୍ତ୍ରୀକୁ ଆକ୍ରମଣ କରିଥିଲା। ଏଥିରେ ମହିଳା ଜଣଙ୍କ ଆହତ ହୋଇଥିଲେ ଓ ରାମାନୁଜାକୁ ଅଟକାଇବା ପାଇଁ ପିଲାମାନେ ପ୍ରୟାସ କରିଥିଲେ। ହେଲେ ଏହି ସମୟରେ ଅଭିଯୁକ୍ତ ରାମାନୁଜା ସେମାନଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲା।

ପରିବାର ଲୋକଙ୍କ ସହ ସଂଘର୍ଷ ପରେ ରାମାନୁଜା ଝିଅ ଉପରେ ସବୁ ରାଗ ସୁଝାଇଥିଲା। ୨୫ ଥର ଝିଅକୁ ଛୁରୀରେ ଆକ୍ରମଣ କରିଥିଲା। ଏତିକିରେ ରାଗ ଶାନ୍ତ ହୋଇନଥିଲା ଯେ, ସେ ସ୍ତ୍ରୀକୁ ଆକ୍ରମଣ କରିବା ପାଇଁ ମଧ୍ୟ ପଛାଇଲା ନାହିଁ। ଏଥିରେ ମହିଳା ଜଣକ ଆହତ ହୋଇଛନ୍ତି। ଖବରପାଇ ପୋଲିସ୍‌ ଅଭିଯୁକ୍ତ ରାମାନୁଜାକୁ ଗିରଫ କରିବା ସହ ତା’ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି। 

ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। 

Murder Murder Case
Advertisment
Advertisment