/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676277874.jpg)
Cabbie shows porn video
ଦିନକୁ ଦିନ ବଢ଼ୁଛି ନାବାଳିକାଙ୍କ ପ୍ରତି ନିର୍ଯାତନା । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁଷ୍କର୍ମ ଓ ହତ୍ୟାପରି ଅଭିଯୋଗ ସାମ୍ନାକୁ ଆସୁଛି । କେଉଁଠି ଦୁଷ୍କର୍ମ ପରେ ହତ୍ୟା ତ କେଉଁଠି ନାବାଳିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି । ଏପରି ସମୟରେ ପୁଣି ଜଣେ ନାବାଳିକାଙ୍କୁ ନେଇ ରୋଚକ ଘଟଣା ନଜରକୁ ଆସିଛି ।
ଜଣେ ସ୍କୁଲ ଛାତ୍ରୀଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ଜଣେ କ୍ୟାବ୍ ଡ୍ରାଇଭର ଗିରଫ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କୁ ଜଣେ କ୍ୟାବ୍ ଡ୍ରାଇଭର ପର୍ଣ୍ଣ ଭିଡିଓ ଦେଖାଇଲେ । ୧୫ ବର୍ଷିୟ ନାବାଳିକାଙ୍କୁ ଜଣେ କ୍ୟାବ୍ ଡ୍ରାଇଭର ଅଶ୍ଳୀଳ ଭିଡିଓ ଦେଖାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ପୋଲିସ ଗିରଫ କରିଛି ।
ଅଧିକ ପଢ଼ନ୍ତୁ: ପର୍ଣ୍ଣ ଦେଖିବା ପରେ ୭ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ୧୦ ବର୍ଷର ବାଳକ !
ସୂଚନା ଅନୁଯାୟୀ ଘଟଣାଟି ଚେନ୍ନାଇର ହସ୍ତିନାପୁରମରେ ଘଟିଛି । ଜଣେ ୨୫ ବର୍ଷିୟ କ୍ୟାବ ଡ୍ରାଇଭର ଏକ ସ୍କୁଲ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ । ଗାଡ଼ି ଅଟକାଇ ଜଣେ ୧୫ ବର୍ଷିୟ ନାବାଳିକାଙ୍କୁ ତାଙ୍କ ଗାଡ଼ିରେ ଘରେ ଛାଡ଼ି ଦେବା କହି ନେଇଥିଲେ । ପରେ ପରେ ଗାଡ଼ିରେ ଛାତ୍ରୀ ଜଣଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇଥିବା ନାବାଳିକା ଜଣକ କହିଛନ୍ତି । ରୁଟ୍ ଦେଖେଇବା ବାହାନାରେ ସେ ଏଭଳି କାର୍ଯ୍ୟ କରିଥିବା ଜଣାପଡ଼ିଛି।
ପରେ ଘଟଣାକୁ ନେଇ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ପୁଲିସ କ୍ୟାବ୍ ଡ୍ରାଇଭରକୁ ଅଟକ ରଖିଥିଲା । ଅଟକରଖି ଅଭିଯୁକ୍ତ ଡ୍ରାଇଭର ସୂର୍ଯ୍ୟକୁ ପଚରାଉଚରା କରିଥିଲା ପୁଲିସ । ପରେ ଡ୍ରାଇଭର ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)