• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କ୍ୱାକ୍ ନେଇଗଲେ ଡ୍ରାଇଭରଙ୍କ ଜୀବନ । ସାଙ୍ଗରେ ନେଇଥିବା ଜଣେ କାର୍ ଡ୍ରାଇଭରଙ୍କୁ କ୍ୱାକ୍ ଜଣକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ। ଅଭିଯୁକ୍ତ କ୍ୱାକ୍ ହେଲେ ସୋନପୁର ଜିଲ୍ଲା ବିନିକା ଗାଁର ଅନିଲ ମହାକୁଡ଼ । ସେ ଏକ କାର୍ ଭଡା ନେଇ କୁଟାସିଂହା ଗାଁକୁ ଯାଇଥିଲେ ।

ସେଠାରେ କାର ଡ୍ରାଇଭର ମୁକୁନ୍ଦ ନନ୍ଦ ଅଚେତ ହୋଇଯାଇଥିଲେ । ତାଙ୍କୁ ବିଳମ୍ବିତ ରାତିରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ କ୍ୱାକ୍ ଅନିଲ ମହାକୁଡ଼ । ଡାକ୍ତର ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ । ଏହା ଜାଣିବା ପରେ ମୃତ ଡ୍ରାଇଭରଙ୍କ ପୁଇଁତଲା ଥାନା କୁଲେରବାହାଲ ଗାଁର ପରିବାର ଲୋକେ ତଥା ଗ୍ରାମବାସୀ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଗାଁ ଲୋକେ କ୍ୱାକ୍ ଅନିଲକୁ କାବୁ କରି ପୁଇଁତଲା ଥାନାରେ ଜିମା ଦେଇଛନ୍ତି । ପୁଇଁତଲା ପୋଲିସ ଅନିଲଙ୍କୁ ଅଟକ ରଖିଛି । ସେପଟେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ କ୍ୱାକ ।

  • Reported by:
  • MANARANJAN JOSHI