/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729500123.jpg)
Loot Homeowner of Gold & Cash
ଭଡ଼ା ନେଇ ଘରେ ରହିଲେ। ଦୁଇ ଦିନ ଯାଇନି ମାଲିକଙ୍କ ଘରେ ବୁଲାଇଲେ କଳାକନା। ରାତି ଅଧରେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା। ଲୁଟର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଦିଗଛିଆ ପେଟ୍ରୋଲ
ପମ୍ପ ନିକଟରେ ରହୁଥିବା ଜୟଦେବ ରାଉତ।
Advertisment
ଚୋରି ପୂର୍ବରୁ ଦୁର୍ବୃତ୍ତ ଫିଲ୍ମ ଷ୍ଟାଇଲରେ ପ୍ରଥମେ ଭଡ଼ାରେ ଘର ନେଇଥିଲେ। ତାପରେ ପୂର୍ବ ପ୍ରସ୍ତୁତି ଅନୁସାରେ ପରେ ଲୁଟ୍ କରିଥିଲେ।
ଅଭିଯୋଗ ହୋଇଛି, ଦୁଇ ଦିନ ତଳେ ଧାମରା ରେଳ ଲାଇନରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା କହି ଭଡ଼ାରେ ଘର ନେଇଥିଲେ ୩ ଜଣ। ରାତି ୧୨ଟାରେ ସେମାନେ ଘର କବାଟ ବାଡ଼େଇଥିଲେ। କବାଟ ଖୋଲିବା ପରେ ଦୁର୍ବୃତ୍ତ ଜୟଦେବ ଓ ପତ୍ନୀ ସଜନୀଙ୍କ ବେକରେ ଭୁଜାଲି ରଖି ଭୟଭୀତ କରି ଲୁଟି ନେଇଛନ୍ତି ସୁନାଗହଣା ଓ ଟଙ୍କା। ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ତଦନ୍ତ କରୁଛି ଚନ୍ଦବାଲି ଥାନା ପୋଲିସ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)