Advertisment

Brutal Massacre: ଜହ୍ଲାଦ ପାଲଟିଲେ ୬୧ ବର୍ଷୀୟ ବୃଦ୍ଧ: ଶବକୁ କଟୁରୀରେ ହାଣି ଅଖାରେ ପୂରାଇଲେ

୬୧ ବର୍ଷୀୟ ପଞ୍ଚାନନ ସୁହୁଲାଙ୍କ ଦୀର୍ଘ ଦିନ ହେବ ଗାଁର ରତନ ପ୍ରଧାନଙ୍କ ସହ ଶତ୍ରୁତା ଲାଗି ରହିଥିଲା। ଖାଲି ସେତିକି ନୁହେଁ ପଞ୍ଚାନନ ସବୁବେଳେ ଗାଁ ଲୋକଙ୍କ ସହ ଗଣ୍ଡଗୋଳ କରୁଥିଲେ। ହାତରେ ଧରୁଆ ଅସ୍ତ୍ର ଧରି କଥା କଥାରେ ମୁଣ୍ଡ ଗଡାଇବାର ଭୟ ବି ଦେଖାଉଥିଲେ।

author-image
Prasan Subudhi
ବୀଭତ୍ସ ହତ୍ୟା

ବୀଭତ୍ସ ହତ୍ୟା

ପୂର୍ବଶତ୍ରୁତାକୁ ନେଇ ଗଡ଼ିଲା ମୁଣ୍ଡ। ବୃଦ୍ଧ ଘଟାଇଲେ ଜଘନ୍ୟ ହତ୍ୟାକାଣ୍ଡ। ଅନ୍ଧାର ରାତିରେ ଘରକୁ ଆସି ପାଟିତୁଣ୍ଡ କରୁଥିବା ବ୍ୟକ୍ତିଙ୍କୁ ସବୁଦିନ ପାଇଁ ମରଣ ଶଯ୍ୟାରେ ଶୁଆଇ ଦେଲେ। ଖେଳିଲେ ରକ୍ତର ହୋଲି। ମୁଣ୍ଡକୁ କଟୁରୀରେ ହାଣିଲେ। ଶବକୁ ଅଖାରେ ପୂରାଇଲେ। କିନ୍ତୁ ଫିଙ୍ଗି ପାରିଲେନି। ହତ୍ୟା ପରେ ଥାନାକୁ ଯାଇ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଦେବଗଡ ଥାନା କଳଣ୍ଡା ପଞ୍ଚାୟତର ନୂଆଗାଁ। ଏଠାକାର ୬୧ ବର୍ଷୀୟ ପଞ୍ଚାନନ ସୁହୁଲାଙ୍କ ଦୀର୍ଘ ଦିନ ହେବ ଗାଁର ରତନ ପ୍ରଧାନଙ୍କ ସହ ଶତ୍ରୁତା ଲାଗି ରହିଥିଲା।

ଖାଲି ସେତିକି ନୁହେଁ ପଞ୍ଚାନନ ସବୁବେଳେ ଗାଁ ଲୋକଙ୍କ ସହ ଗଣ୍ଡଗୋଳ କରୁଥିଲେ। ହାତରେ ଧରୁଆ ଅସ୍ତ୍ର ଧରି କଥା କଥାରେ ମୁଣ୍ଡ ଗଡାଇବାର ଭୟ ବି ଦେଖାଉଥିଲେ।

Advertisment

ଏଥିପାଇଁ ତାଙ୍କ ଘର ଲୋକେ ଅନ୍ୟତ୍ର ରହୁଥିବା ବେଳେ ଗାଁ ଲୋକେ ଅତିଷ୍ଟ ହୋଇପଡିଥିଲେ। ଜୁଲାଇ ୧୮ ଶୁକ୍ରବାର। ରାତି ପ୍ରାୟ ୧୦ଟା। ପଞ୍ଚାନନଙ୍କ ଘରକୁ ଯାଇଥିଲେ ରତନ। ସେଠାରେ ଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ରାଗରେ ଏକ କଟୁରୀରେ ରତନଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଥିଲେ ପଞ୍ଚାନନ। ପରେ ମୃତଦେହକୁ ବସ୍ତାରେ ପୁରାଇ ଫିଙ୍ଗି ଦେବାକୁ ଯୋଜନା କରିଥିଲେ।

କିନ୍ତୁ ଭୟରେ ମୃତଦେହକୁ ଘରେ ଛାଡି ଥାନାରେ ଆତ୍ମସପର୍ମଣ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାରେ ବ୍ୟବହୃତ କଟୁରୀକୁ ଜବତ କରିଛି।

ସେପଟେ ପୋଲିସ ପଞ୍ଚାନାନଙ୍କୁ ଗିରଫ କରି କୋଟ ଚାଲାଣ କରିବା ପରେ ତାଙ୍କୁ ମାନ୍ୟବର ଅଦାଲତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପୂରା ମାମଲାର ତଦନ୍ତ ଜାରି ରହିଛି।

Murder Brutal Murder Old Man Past Enemy
Advertisment
Advertisment