Advertisment

ଭାଇକୁ ଟ୍ରକ୍‌ ଚଢାଇ ମାରିଦେଲା ଭାଇ

ସୁଶାନ୍ତ ମଦ୍ୟପାନ କରି ଟ୍ରକ ନେଇ ଘରକୁ ଆସିବା ପରେ ଅକ୍ଷୟକୁ ଡାକିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
ଟ୍ରକ ମଡ଼ାଇ ହତ୍ୟା

ଟ୍ରକ ମଡ଼ାଇ ହତ୍ୟା

ଯାଜପୁର(ଗୁଲାମ ଗସ୍): ପାରିବାରିକ କଳହକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇଙ୍କୁ ଟ୍ରକ୍ ଚଢାଇ ମାରିଦେଲା ଭାଇ। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଜେନାପୂର ଥାନା ବାଲିସାହି ଗାଁରୁ। ମୃତ ଯୁବକ ହେଲେ ଅକ୍ଷୟ ମଳିକ।  ଅକ୍ଷୟଙ୍କ ସହ ସମ୍ପର୍କୀୟ ଭାଇ ସୁଶାନ୍ତ ମଳିକର କିଛି ଦିନ ତଳେ ଝଗଡା ହୋଇଥିଲା। ସୁଶାନ୍ତ ଟ୍ରକ ଡ୍ରାଇଭର ହୋଇଥିବାରୁ ଟ୍ରକ ଚଡାଇ ମାରିବା ପରେ ତାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

Advertisment

ସୁଶାନ୍ତ ମଦ୍ୟପାନ କରି ଟ୍ରକ ନେଇ ଘରକୁ ଆସିବା ପରେ ଅକ୍ଷୟକୁ ଡାକିଥିଲା। ଏହି ସମୟରେ ଅକ୍ଷୟ ପଡ଼ିଆରେ ବୁଲୁଥିବା ଦେଖି ତା ଉପରେ ଟ୍ରକ ଚଡାଇ ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଡ୍ରାଇଭର ସୁଶାନ୍ତକୁ ଗିରଫ କରିବା ସହ ଟ୍ରକକୁ ଜବତ କରିଛି ପୋଲିସ।

ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚାଲିଛି। ଏନେଇ ମୃତ ବ୍ୟକ୍ତିଙ୍କ ବାପା କହିଛନ୍ତି ଯେ, ମୋ ପୁଅ ମୋ ସହିତ ବସି ଘର ଆଗରେ କଥା ହେଉଥିଲା। ସେତିକିବେଳେ ଗାଡି ଚଢାଇ ସେ ମାରିଦେଲା। 

Advertisment
Truck Accident Murder
Advertisment
Advertisment