• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୋଏଡା: ପବ୍‌ରେ ଯୁବକଙ୍କୁ ପିଟି ପିଟି ହତ୍ୟା । ଦିଲ୍ଲୀ ନିକଟସ୍ଥ ନୋଇଡ଼ାର ଗାର୍ଡନ୍‌ ଗ୍ୟାଲେରିଆ ମଲ୍‌ର ଏକ ପବ୍‌ରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଏନେଇ ଏକ ସିସିଟିଭି ଫୁଟେଜ୍‌ ମଧ୍ୟ ଭାଇରାଲ ହେବାରେ ହୋଇଛି । ସିସିଟିଭି ଫୁଟେଜ୍‌ରେ ସ୍ପଷ୍ଟ ଦେଖାଯାଇଛି ଯେ, ପବ୍‌ରେ ନିୟୋଜିତ ଥିବା କିଛି ବାଉନ୍ସର ଏବଂ ଅନ୍ୟ ଷ୍ଟାଫ୍‌ମାନେ ବ୍ରିଜେସ୍‌ ନାମକ ଯୁବକଙ୍କୁ ମାରପିଟ୍‌ କରିଛନ୍ତି । ଏହି ମାରପିଟ୍‌ ପରେ ହିଁ ବ୍ରିଜେଶଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ୯ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରି ସାରିଛି ।

ଭିଡିଓରେ ଦେଖାଯାଇଛି ଯେ, ବ୍ରିଜେଶ ଏବଂ ତାଙ୍କ ସାଙ୍ଗମାନେ ବାର୍ ବାହାରକୁ ଆସୁଛନ୍ତି । ସେହି ସମୟରେ ମଲ୍‌ର କିଛି କର୍ମଚାରୀ ଏବଂ ବାଉନ୍‌ସରମାନଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହେଉଛି । ଏହି ସମୟରେ ବ୍ରିଜେଶ ନିଜ ମୋବାଇଲରେ ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି । ଯାହା ଫଳରେ ବାଉନ୍‌ସରମାନେ ତାଙ୍କୁ ମାଡ଼ ମାରିବା ଆରମ୍ଭ କରଇଥିଲେ । ବାଉନ୍‌ସରଙ୍କ ମାଡ଼ରେ ବ୍ରିଜେଶ ପ୍ରଥମେ ତଳେ ପଡ଼ିଗଲେ । ତଥାପି ବାଉନ୍‌ସରମାନେ ମାଡ଼ ମାରିବା ବନ୍ଦ କରିନଥିଲେ ।

କାହିଁକି ଆରମ୍ଭ ହୋଇଥିଲା ଝଗଡ଼ା ?

୩୦ ବର୍ଷୀୟ ବ୍ରିଜେଶ ରାୟ ସାଙ୍ଗ ମାନଙ୍କ ସହ ଏପ୍ରିଲ୍ ୨୫ ତାରିଖରେ ଗୌତମ ବୁଦ୍ଧ ନାଗର ସେକ୍ଟର ୩୯ରେ ଥିବା ଗାର୍ଡେନ୍ ଗ୍ୟାଲେରିଆ ମଲ୍ ସ୍ଥିତ ଲଷ୍ଟ ଲେମ୍‌ନ୍ସ ନାମକ ଏକ ବାରରେ ରାତିରେ ପାର୍ଟି କରୁଥିଲେ । ଏହି ସମୟରେ ବାର୍ କର୍ମଚାରୀଙ୍କ ସହ ବିଲ୍‌କୁ ନେଇ ବ୍ରିଜେଶ୍‌ଙ୍କର ପାଟିତୁଣ୍ଡ ହୋଇଥିଲା । ପରେ ସେମାନେ ବ୍ରିଜେଶ୍‌ଙ୍କୁ ଆକ୍ରଣ କରିଥିଲେ । ଏଥିରେ ବ୍ରିଜେଶ୍‌ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

୮ ଅଭିଯୁକ୍ତ ଗିରଫ

ଏହି ମାମଲାରେ ପୋଲିସ ଏବେ ସୁଦ୍ଧା ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିମଧ୍ୟରେ ରୋହିତ ତନୱାର, କୁମାର ସିଂ ବଙ୍ଗାରୀ, ହିମାନ୍‌ସୁ କୁମାର, ଦେବେନ୍ଦ୍ର ସିଂ, ମୈଡି ଠାକୁର, ଗୁଡଡୁ ସିଂହ, କପିଲ ଓରଫ ନହର ସିଂ, ସୁନ୍ଦର ସିଂ ରାୱତ (ମ୍ୟାନେଜର) ସାମିଲ ଅଛନ୍ତି । ରୋହିତଙ୍କୁ ଶନିବାର ଗିରଫ କରାଯାଇଛି । ପୋଲିସର ସୂଚନାନୁସାରେ, ରୋହିତ ହିଁ ବ୍ରିଜେଶଙ୍କ ପେଟ ଓ ମୁଣ୍ଡକୁ ଗୋଇଠା ମାରି ଗଭୀର ଆଘାତ ଦେଇଥିଲେ । ଯେଉଁଥିପାଇଁ ବ୍ରିଜେଶଙ୍କର ମୃତ୍ୟୁ ହୋଇଥିଲା।