/odishatv-khabar/media/post_attachments/uploadimage/library/16_9/16_9_0/Bombing_1709346858.jpg)
Bombing
ରାଜଧାନୀ ଭୁବନେଶ୍ବରରେ ବୋମାମାଡ଼। ନୀଳାଦ୍ରି ବିହାର ଏଟିଏମ ଛକରେ ବୋମାମାଡ଼ ହୋଇଛି। ପାର୍କିଂ ହୋଇଥିବା କାରକୁ ଦୁଇଟି ବୋମା ଫିଙ୍ଗି ଦୁର୍ବୁତ୍ତମାନେ ଫେରାର ମାରିଛନ୍ତି।
Advertisment
ବୋମାମାଡ଼ରେ କେହି ମୃତାହତ ହୋଇନଥିବା ବେଳେ ଗାଡିର କାଚ ଭାଙ୍ଗିଯାଇଛି। ଗାଡିରେ କେହି ନଥିବାରୁ କାହାର କୌଣସି କ୍ଷତି ହୋଇନାହିଁ। ଦୁଇ ଦୁର୍ବୃତ୍ତ ବାଇକରେ ଆସି ବୋମା ମାଡ଼ କରିଥିବା ଜଣାପଡ଼ିଛି। ବୋମାମାଡ଼ର କାରଣ ଜଣାପଡ଼ିନାହିଁ।
ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ଛାନଭିନ୍ ଚଳାଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ପୋଲିସ। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)