Advertisment

କୋଣାର୍କ ଏକ୍ସପ୍ରେସରୁ ବିସ୍ଫୋରକ ଜବତ

ଭୁବନେଶ୍ବର ଷ୍ଟେସନରୁ ଜବତ ହୋଇଥିଲା ଏହି ବିସ୍ଫୋରକ

author-image
Chandan Shishu
ଅଦ୍ୟତନ ହୋଇଛି
Konark Express Train

Bomb squad defuses recovered bombs from Konark Express train in Bhubaneswar

ଭୁବନେଶ୍ବର ଷ୍ଟେସନରେ କୋଣାର୍କ ଏକ୍ସପ୍ରେସରୁ ଜବତ ହୋଇଥିବା ବିସ୍ଫୋରକକୁ ନଷ୍ଟ କରିଛି ବମ୍ ସ୍କ୍ୱାର୍ଡ। ନଦୀ ପଠାକୁ ନେଇ ତାକୁ ନିଷ୍କ୍ରିୟ କରାଯାଇଛି । ଗତକାଲି କୋଣାର୍କ ଏକସପ୍ରେସରୁ ଏହି ବୋମା ମିଳିଥିଲା। ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରେ ଥିବା ବେଳେ ତାକୁ ଠାବ କରିଥିଲେ ଜଣେ ସଫେଇ କର୍ମଚାରୀ। 

Advertisment

ଜେନେରାଲ ବଗିରେ କିଛି ବହି ରଖାଯାଇଥିଲା। ସେଥିରୁ କିଛି ଶବ୍ଦ ବାହାରୁଥିବା ବେଳେ ଧୁଆଁ ବି ବାହାରୁଥିଲା। ସନ୍ଦେହ ହେବାରୁ ସନ୍ଧାନୀ କୁକୁର ଅଣାଯାଇଥିଲା । ସେଥିରୁ ଜଣାପଡ଼ିଥିଲା ଏହା ଦହନଶୀଳ ପଦାର୍ଥ। 

ଜବତ ସାମଗ୍ରୀରେ ରହିଥିଲା ରେଡ ପାରାଚୁଟ ସିଗ୍ନାଲ ରକେଟ, ରକେଟ ପାରାଚୁଟ ଫ୍ଲୋରେସ ୧୫ଟି। ଏନେଇ ଭୁବନେଶ୍ୱର RPF ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହି ଟ୍ରେନ୍ ବୁଧବାର ରାତିରେ ମୁମ୍ବାଇରୁ ଭୁବନେଶ୍ୱରକୁ ଆସିଥିଲା। ଭୋର ୩ଟା ବେଳେ ସଫା କଲା ବେଳେ ଏହି ସାମଗ୍ରୀ ନଜରକୁ ଆସିଥିଲା। 

Advertisment
Konark Express
Advertisment
Advertisment