/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730275222.jpg)
Salman Khan
ବଲିଉଡ୍ ଷ୍ଟାର ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ୨ କୋଟି ଟଙ୍କା ନ ଦେଲେ ହତ୍ୟା କରିବାକୁ ଧମକପୂର୍ଣ୍ଣ ମେସେଜ ଆସିଛି । ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ଆଜି ସକାଳେ ଏହି ଧମକ ପୂର୍ଣ୍ଣ ମେସେଜ ପାଇଛି । ମୁମ୍ବାଇ ପୋଲିସ ଏକ ଅଜଣା ବ୍ୟକ୍ତି ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ୨୦ ବର୍ଷୀୟ ଯୁବକ ଗୁଫରାନ ଖାନ ଲକ୍ଷ୍ନୌରୁ ଗିରଫ ହେବା ପରେ ଏବେ ପୁଣି ଏକ ଧମକ ପୂର୍ଣ୍ଣ ମେସେଜ ଆସିଛି । ପୂର୍ବରୁ ଶେଖ ହୁସେନ ନାମକ ଜଣେ ପରିବା ବ୍ୟବସାୟୀଙ୍କୁ ମଧ୍ୟ ସଲମାନଙ୍କୁ ଧମକ ମେସେଜ ମାମଲାରେ ଗିରଫ କରାଯାଇଥିଲା । ସେ ହ୍ବାଟ୍ସଆପ୍ରେ ୫ କୋଟି ଟଙ୍କା ମାଗିଥିଲେ । ନଦେଲେ ହତ୍ୟା ପାଇଁ ଧମକ ଦେଇଥିଲେ । ସଲମାନ ଖାନଙ୍କୁ ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମଧ୍ୟ ହତ୍ୟା ଧମକ ମିଳିଛି । ବାରମ୍ବାର ହତ୍ୟା ଧମକ ମିଳୁଥିବାରୁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି ।
ତେବେ ଏହା ପୂର୍ବରୁ ମଧ୍ୟ ହ୍ବାଟ୍ସଆପରେ ମୁମ୍ବାଇ ଟ୍ରାଫିକ୍ ପୋଲିସ ପାଖକୁ ସଲମାନଙ୍କ ନିକଟକୁ ଆସିଥିଲା ଧମକ ପୂର୍ଣ୍ଣ ମେସେଜ୍ । ଏଥିରେ ସଲମାନ ଖାନଙ୍କୁ ୫ କୋଟି ଟଙ୍କା ମଗାଯାଇଥିଲା । ଯଦି ବଞ୍ଚିବାକୁ ଚାହୁଁଛ ତେବେ ୫ କୋଟି ଦିଅ ବୋଲି ମେସେଜରେ ଲେଖା ରହିଥିଲା । ଏହି ମେସେଜକୁ ହାଲକା ଭାବେ ନନେବାକୁ କୁହାଯାଇଥିଲା ।
ଲରେନ୍ସ ବିଷ୍ଣୋଇ ସହ ଶତୃତା ସମାପ୍ତ ପାଇଁ ଚାହୁଁଥିଲେ ୫ କୋଟି ଟଙ୍କା ଦେବାକୁ ଦାବି କରାଯାଇଥିଲା । ଯଦି ୫ କୋଟି ଟଙ୍କା ନ ଦିଅନ୍ତି ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ହେବ ବୋଲି ଧମକ ଦିଆଯାଇଥିଲା । ତେବେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ମୁମ୍ବାଇ ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)