Advertisment

ମମିତା ମେହେର ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍

ଘଟଣା ପଦାକୁ ଆସିବା ପରେ ସାରା ରାଜ୍ୟରେ ମମିତା ନିଆଁ ତେଜିବାରେ ଲାଗିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Mamita Murder Case

Mamita Murder Case

ବଲାଙ୍ଗିର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍। ବଙ୍ଗୋମୁଣ୍ଡା JMFC କୋର୍ଟରେ ଆଜି ବଲାଙ୍ଗିର ପୋଲିସ ଚାର୍ଜସିଟ୍ ଦାଖଲ କରିଛି ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେ ନାଁ ରହିଛି। ଆସନ୍ତା ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟଚାଲାଣ ତାରିଖକୁ ୧୨୦ ଦିନ ପୂରିଥାନ୍ତା ତେଣୁ ତା ପୂର୍ବରୁ ଚାର୍ଜସିଟ୍ ଦାଖଲ କରିଛି ପୋଲିସ୍।

Advertisment

କଳାହାଣ୍ଡି ଜିଲ୍ଲା ସନସାଇନ୍ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଥିଲା। ତେବେ ପରେ ଖୋଳତାଡ଼ ବେଳେ ସ୍କୁଲର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, ମମିତାଙ୍କୁ କାର୍‌ରେ ହତ୍ୟା କରି ସ୍କୁଲ ଗ୍ରାଉଣ୍ଡରେ ନିଆଁ ଲଗାଇ ପୋତି ଦେଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ସାରା ରାଜ୍ୟରେ ମମିତା ନିଆଁ ତେଜିବାରେ ଲାଗିଥିଲା।

ଏମିତିକି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଗଭୀର ସଂପର୍କ ଓ ମନ୍ତ୍ରୀ ବାରମ୍ବାର ଉକ୍ତ ସ୍କୁଲକୁ ଯାଉଥିବା ଅଭିଯୋଗର ତଦନ୍ତ ଦାବି କରି ଆଜି ପର୍ଯ୍ୟନ୍ତ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଏମିତିକି ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିରୋଧୀଙ୍କ ଶାଣିତ ଅଭିମୁଖ୍ୟ ଜାରି ରହିଛି।

Advertisment
Mamita Meher Case JMFC Court
Advertisment
Advertisment