Advertisment

Student Suicide: ହଷ୍ଟେଲ୍ ରୁମ୍‌ରେ ଝୁଲି ପଡ଼ିଲେ +୨ ଛାତ୍ରୀ; ପୋଲିସର ଛାନଭିନ୍

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀଜଣଙ୍କ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ସେ +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ । ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି।

Suicide

Suicide

Advertisment

ପୁଣି ଝୁଲି ପଡିଲେ ଛାତ୍ରୀ ! ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀଜଣଙ୍କ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ସେ +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ । ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି। କ୍ୟାପିଟାଲ ଥାନା ପୋଲିସର ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ ଚଳାଇଛି।

Advertisment

ପୋଲିସ ସହପାଠୀ, କଲେଜ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଛି। କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସେ ୨ଦିନ ତଳେ ଇଣ୍ଟରନ୍ୟାସନାଲ୍ ଓଡିଶୀ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ବେଳେ ବେଳେ ତାଙ୍କ ଦେହ ଖରାପ ହୋଇଯାଏ। ଅନେକ ଥର ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କ୍ୟାପିଟାଲ୍ ଥାନା ଆଇଆଇସିଙ୍କ ସୂଚନା ଅନୁଯାୟୀ, ସକାଳୁ ଆତ୍ମହତ୍ୟା ନେଇ ଖବର ମିଳିଥିଲା। ଫ୍ୟାନ୍‌ରେ ମୃତଦେହ ଝୁଲି ରହିଥିଲା।

ସହପାଠୀ ଓ ହଷ୍ଟେଲ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି। ମୃତଦେହ ନିକଟରୁ କୌଣସି ସୁଇସାଇଡ୍ ନୋଟ ବି ମିଳିନି। କେବଳ ମୋବାଇଲ୍ ଫୋନ୍ ଜବତ ହୋଇଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବ। ସହପାଠୀଙ୍କ ସୂଚନା ଅନୁଯାୟୀ, ସେ ଜଣେ ଭଲ ଓଡ଼ିଶୀ ନୃତ୍ୟ କରୁଥିଲେ। ଭଲ ପାଠ ପଢୁଥିଲେ। ଚାପଗ୍ରସ୍ତ ଥିବା ଭଳି ବି ଜଣାପଡୁନଥିଲା। ହେଲେ ହଠାତ ସେ ଏପରି ଚମର ପଦକ୍ଷେପ କାହିଁକି ନେଲେ କିଛି ଜଣାପଡୁନି।

Advertisment

ଅଧିକ ପଢ଼ନ୍ତୁ: ଅଶାନ୍ତ ଗହୀରମଥା; ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରେ ମାଛ ମାଫିଆଙ୍କ ଆଟାକ୍

Hostel Room Bhubaneswar Girl Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ