Advertisment

ଜଳପ୍ରପାତରୁ ନିଖୋଜ ଯୁବକଯୁବତୀଙ୍କ ଶବ ଉଦ୍ଧାର

ଗତ ୨୬ ତାରିଖ ଦିନ ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରେ ଡେଇଁ ନିଖୋଜ ଯୁବକ ଯୁବତୀ ନିଖୋଜ ଥିଲେ। ଉଭୟେ ଏକ ବାଇକରୁ ଓହ୍ଲାଇ ଦୁଇ ଜଣ ଜଳ ପ୍ରପାତରେ ଡେଇଁ ପଡିଥିଲେ। ଜଳପ୍ରପାତ ନିକଟରୁ ବାଇକ୍, ପୋଷାକ, ସୁଇସାଇଡ୍ ନୋଟ୍ ମିଳିଥିଲା।

author-image
Chandan Shishu
dead body Found

dead body Found

ନୂଆପଡା(ମାୟାଧର ସରାଫ): ଗୋଧସ ଜଳପ୍ରପାତରୁ ଉଦ୍ଧାର ହେଲା ନିଖୋଜ ଯୁବକ ଯୁବତୀଙ୍କ ମୃତଦେହ। ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ୨୬ରେ ଜଳପ୍ରପାତକୁ ଡେଇଁ ଉଭୟେ ନିଖୋଜ ଥିଲେ। ଆଜି ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଉଭୟ ମୃତକ ଛତିଶଗଡ଼ ଗରିଆବନ୍ଧ ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ଗତ ୨୬ ତାରିଖ ଦିନ ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରେ ଡେଇଁ ନିଖୋଜ ଯୁବକ ଯୁବତୀ ନିଖୋଜ ଥିଲେ। ଉଭୟେ ଏକ ବାଇକରୁ ଓହ୍ଲାଇ ଦୁଇ ଜଣ ଜଳ ପ୍ରପାତରେ ଡେଇଁ ପଡିଥିଲେ। ଜଳପ୍ରପାତ ନିକଟରୁ ବାଇକ୍, ପୋଷାକ, ସୁଇସାଇଡ୍ ନୋଟ୍ ମିଳିଥିଲା। କିଛି ଲୋକ ଦେଖି ସ୍ଥାନୀୟ ଧରମବନ୍ଧା ଥାନାରେ ଜଣାଇଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସ ଖୋଜା ଖୋଜି କରିଥିଲେ ବି ପତ୍ତା ମିଳିନଥିଲା।

ଗତ ରାତିରେ ୨ ଟି ଶବ ଭାସୁଥିବା ଲୋକେ ସୂଚନା ଦେଇଥିଲେ। ଆଜି ସକାଳୁ ଅଗ୍ନିଶମବାହିନୀ ୨ଟି ଶବ ଉଦ୍ଧାର କରିଛନ୍ତି। ଏମାନେ ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲ୍ଲା ପିପଲଛେଡି ଥାନା ଥୁହାପାନି ଗାଁର ଧନିରାମ ଆଁଟି ଓ ଦେମତି ସୋରୀ ବୋଲି ଜଣାପଡିଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
Waterfall Deadbody
Advertisment
Advertisment