Advertisment

ନିଜେ ନିଜକୁ ଅପହରଣର ନାଟକ କରି ଫସିଲେ ବ୍ଲକ ଉପାଧ୍ୟକ୍ଷ

ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ବେଳେ ସେମାନେ କିଭଳି ଅପହରଣ ନାଟକ ରଚିଥିଲେ, ତାହା ବ୍ଲକ୍ ଉପାଧ୍ୟକ୍ଷ ସ୍ୱୀକାର କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Vice Chairman Arrested

Vice Chairman Arrested

ନିଜେ ନିଜକୁ ଅପହରଣର ନାଟକ କରି ଫସିଲେ ବ୍ଲକ ଉପାଧ୍ୟକ୍ଷ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷଙ୍କ ସହ ତାଙ୍କର ୫ ସହଯୋଗୀଙ୍କୁ ଗିରଫ କରିଛି
ଫିରିଙ୍ଗିଆ ପୋଲିସ। ଏ ଘଟଣାରେ ୩ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଏ ସମ୍ପର୍କରେ ଫୁଲବାଣୀ SDPO ସୁପ୍ରସନ୍ନ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ରଖିଛନ୍ତି।

Advertisment

ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ଗତ ୨ ତାରିଖ ରାତିରେ ଯାଜସପଙ୍ଗା ଘାଟିରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ସହଯୋଗୀ ବିରଞ୍ଚି ମଲ୍ଲିକ ଏବଂ ବସନ୍ତ ମଲ୍ଲିକ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ ତାଙ୍କୁ ଠାବ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା।

ସକାଳୁ ଫିରିଙ୍ଗିଆ ପୋଲିସ ତାଙ୍କୁ ବାଲିଗୁଡ଼ାର ସୁଡ୍ରା ବଜାରରୁ ଫିରିଙ୍ଗିଆ ଥାନାକୁ ଆଣି ପଚରାଉଚରା କରିବା ବେଳେ ସେମାନେ କିଭଳି ଅପହରଣ ନାଟକ ରଚିଥିଲେ, ତାହା ବ୍ଲକ୍ ଉପାଧ୍ୟକ୍ଷ ସ୍ବୀକାର କରିଥିଲେ।

Advertisment

ପରେ ପୋଲିସ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ଏବଂ ତାଙ୍କ ସହଯୋଗୀ ବିରଞ୍ଚି ମଲ୍ଲିକ, ବସନ୍ତ କୁମାର ମଲ୍ଲିକ, ଅଜିତ ରଣା, ତ୍ରିଲୋଚନ ଝାଙ୍କର ଏବଂ ଯୁକ୍ତେଶ୍ବର ରଣାଙ୍କୁ ଗିରଫ କରିଛି। ଲୋକଙ୍କଠାରୁ ସିମ୍ଫାଥି ପାଇବା ପାଇଁ ଏଭଳି ଅପହରଣ ନାଟକ ରଚାଯାଇଥିବା କହିଛି ପୋଲିସ।

Arrested Vice-Chairman
Advertisment
Advertisment