Advertisment

Karnataka BJP MLA Allegations: ଗଣଦୁଷ୍କର୍ମ ପୀଡିତାଙ୍କ ସଙ୍ଗୀନ ଅଭିଯୋଗ, ଭାଇରସ ଇଞ୍ଜେକ୍ଟ କରିବା ସହ ମୁହଁରେ ପରିସ୍ରା କରିଥିଲେ ବିଧାୟକ

ରାଜେଶ୍ବରୀ ନଗରରୁ ୪ ଥରର ବିଧାୟକ ମୁନିରତ୍ନାଙ୍କ ନାମରେ ଏଭଳି ଅଭିଯୋଗ ଆସିଛି । ଫିଲ୍ମ ପ୍ରଯୋଜକରୁ ବିଧାୟକ ପାଲଟିଥିବା ମୁନିରତ୍ନା ପୂର୍ବରୁ ମଧ୍ୟ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇଥିଲେ। ମଙ୍ଗଳବାର ଆରଏମସି ୟାର୍ଡ ପୋଲିସ ଥାନାରେ ଏହି ମାମଲା ରୁଜୁ କରାଯାଇଛି ।

ଅଦ୍ୟତନ ହୋଇଛି
piss

piss

Advertisment

କର୍ଣ୍ଣାଟକର ଜଣେ ବିଧାୟକଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜନୈକା କର୍ମୀ। ଦୁଇ ଜଣ କର୍ମୀଙ୍କ ସହିତ ବିଧାୟକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ବିଧାୟକ ଜଣଙ୍କ ତାଙ୍କ ଶରୀରରେ ଇଞ୍ଜେକସନ ଜରିଆରେ ଭାଇରସ ପ୍ରବେଶ କରାଇଥିବା ବେଳେ ମୁହଁରେ ପରିସ୍ରା କରିଥିବା ନେଇ ଏଫଆଇଆର ଦାଖଲ କରିଛନ୍ତି ଏହି ମହିଳା ଜଣକ। ବୁଧବାର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ରାଜେଶ୍ବରୀ ନଗରରୁ ୪ ଥରର ବିଧାୟକ ମୁନିରତ୍ନାଙ୍କ ନାମରେ ଏଭଳି ଅଭିଯୋଗ ଆସିଛି । ଫିଲ୍ମ ପ୍ରଯୋଜକରୁ ବିଧାୟକ ପାଲଟିଥିବା ମୁନିରତ୍ନା ପୂର୍ବରୁ ମଧ୍ୟ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇଥିଲେ। ମଙ୍ଗଳବାର ଆରଏମସି ୟାର୍ଡ ପୋଲିସ ଥାନାରେ ଏହି ମାମଲା ରୁଜୁ କରାଯାଇଥିଲା। ଜୁନ ୧୧ ତାରିଖ ୨୦୨୪ରେ ଏହି ଘଟଣା ବିଧାୟକଙ୍କ ମାଥିକେରେ କାର୍ଯ୍ୟାଳୟରେ ଏଭଳି ଘଟଣା ଘଟିଥିଲା।

ଅଧିକ ପଢ଼ନ୍ତୁ: ସ୍କୁଲର ସ୍ଥାନ ନେବ କି AI ? ପିଲାଙ୍କୁ ପାଠ ପଢାଇବେନି ଶିକ୍ଷକ!

ମୁନିରତ୍ନାଙ୍କ ଜଣେ ସହଯୋଗୀ ଏହି ମହିଳାଙ୍କୁ ଏକ କାରରେ ବସାଇ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ଉପସ୍ଥିତ ମୁନିରତ୍ନାଙ୍କ ଦୁଇ ଜଣ ସହଯୋଗୀ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏପରିକି ତାଙ୍କ ପୁଅକୁ ହତ୍ୟା କରିବାର ଧମକ ଦେଇ ତାଙ୍କୁ ଚୁପ ରହିବାକୁ ବାଧ୍ୟ କରାଯାଇଥିବା ନେଇ ମହିଳା ଜଣଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତାଙ୍କୁ ମାଡ ମରାଯିବା ସହିତ ବିଧାୟକ ଜଣଙ୍କ ତାଙ୍କ ମୁହଁରେ ପରିସ୍ରା କରିଥିଲେ।

Advertisment

ପରେ ଜଣେ ଧଳା କୋର୍ଟ ପିନ୍ଧା ଅଜଣା ବ୍ୟକ୍ତି ଉକ୍ତ ରୁମ ଭିତରକୁ ଆସିବା ସହିତ ମହିଳାଙ୍କ ଶରୀରରେ ଏକ ଇଞ୍ଜେକ୍ସନ ଦେଇଥିଲେ। ମହିଳା ଜଣଙ୍କ ନିଜ ଏଫଆଇଆରରେ ୩ ଜଣଙ୍କ ନାମ ଉଲ୍ଲେଖ କରିଥିବା ବେଳେ ଚତୁର୍ଥ ବ୍ୟକ୍ତିଙ୍କୁ ସେ ଚିହ୍ନି ନ ଥିବା ଲେଖିଛନ୍ତି। ପୁଅକୁ ହତ୍ୟା କରାଯିବାକୁ ଧମକ ଦିଆ ଯାଇଥିବା ବେଳେ ମହିଳା ଜଣଙ୍କ ନୀରବ ରହିଥିଲେ। ତେବେ ଜାନୁୟାରୀ ମାସରେ ମହିଳା ଜଣଙ୍କ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶରୀରରେ ଏକ ଅଜଣା ଭାଇରସ ଦେଖିବାକୁ ମିଳିଥିଲା। ଚତୁର୍ଥ ବ୍ୟକ୍ତି ଜଣଙ୍କ ତାଙ୍କୁ ଦେଇଥିବା ଇଞ୍ଜେକ୍ସନ କାରଣରୁ ଏପରି ହୋଇଥିବା ସନ୍ଦେହ କରୁଥିବା ମହିଳା ଜଣଙ୍କ ପ୍ରକାଶ କରିଛନ୍ତି। ମହିଳା ଜଣଙ୍କ ବର୍ତ୍ତମାନ ଅସୁସ୍ଥ ଥିବା ବେଳେ ବିଧାୟକଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ଅଧିକ ପଢ଼ନ୍ତୁ: ଲକ୍ଷଣ ଦେଖି ରୋଗର ଚିକିତ୍ସା କହିଦେବ AI, ହେବ ବାୟୋ AI ହବ୍

Karnataka Gang Rape BJP MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ