Advertisment

ମୋ ପୁଅକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି: ମୃତ ଦୁଷ୍ମନ୍ତ ମା'

ଦୁଷ୍ମନ୍ତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକୁ ପୁଣି ଦୋହରାଇଛି ବିଜେପି। ଆଜି କେତେକ ଅସମାହିତ ପ୍ରଶ୍ନ ଉଠାଇ ଏହାର ଜବାବ ମାଗିଛନ୍ତି ବରିଷ୍ଠ ନେତା ମନମୋହନ ସାମଲ। ସେ ଅଭିଯୋଗ କରିଛନ୍ତି- ରାତିରେ ଦୁଷ୍ମନ୍ତଙ୍କ ପୋଷ୍ଟମର୍ଟମ କଲେ, ହେଲେ ଗାଁକୁ ଶବ କାହିଁକି ନେଲେ ନାହିଁ। ତାଙ୍କ ଝିଅ ନାଁରେ ୩୦ ଲକ୍ଷ ଓ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ମିଳୁ। ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରନ୍ତୁ।

author-image
Chandan Shishu
Mother Of Dusmant das

Mother Of Dusmant das

ଭୁବନେଶ୍ୱର: ଦିବ୍ୟାଙ୍ଗ ଦୁଷ୍ମନ୍ତ ଦାସ ବିଧାନସଭା ଆଗରେ ବିଷ ପିଇ ଆତ୍ମହତ୍ୟା ଘଟଣାକୁ ଦୁଇ ଦିନ ବିତିଲାଣି। ୟା ଭିତରେ ତାଙ୍କ ମାଆ କୁଜଙ୍ଗ ଥାନାରେ ଦେଇଥିବା ଏତଲା କିନ୍ତୁ ପୁରା ଘଟଣାରେ ଆଣିଛି ନୂଆ ମୋଡ଼। ବାସନ୍ତୀ ଅଭିଯୋଗ କରିଛନ୍ତି-ତାଙ୍କ ପୁଅର ମୃତ୍ୟୁ ପାଇଁ କେବଳ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଏକମାତ୍ର କାରଣ ନୁହେଁ ବରଂ ଦୁଷ୍ନନ୍ତଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି। ସେ ଅଭିଯୋଗ କରିଛନ୍ତି-ଗୋଡ଼ ଖରାପ ଯୋଗୁଁ ଚାଲି ପାରୁନଥିବା ଦୁଷ୍ମନ୍ତଙ୍କୁ କଟକ ବଡ଼ ଡାକ୍ତରଖାନାର ୩ ମହଲାରୁ ତଳକୁ ଓହ୍ଲାଇଲା କିଏ ? ତାଙ୍କ ହାତକୁ ଛୁରୀରେ କାଟିବା ସହ ବିଷ ବୋତଲ ଦେଲା କିଏ? ଯେଉଁମାନେ ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ନେଇଥିଲେ, ବିଧାନସଭା ଆଗରେ ଛାଡ଼ି କୁଆଡ଼େ ଚାଲିଗଲେ?

Advertisment

ତାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ୪ଲକ୍ଷ ଟଙ୍କା ମିଳିବନି କହି ଏକ ଘରୋଇ ମେଡିକାଲ ଦୁଷ୍ମନ୍ତଙ୍କୁ ଫେରାଇ ଦେଇଥିଲା। ଆଉ ଯେଉଁଦିନ ଦୁଷ୍ନନ୍ତ ଦୁର୍ଘଟଣାର ଶିକାର ହେଲେ ୧୨ ଘଣ୍ଟା ବିଳମ୍ବରେ ମେଡିକାଲ ଆସିଥିବା କଥା ସମ୍ପୂର୍ଣ୍ଣ ମିଛ। ଜଗତସିଂହପୁର ଏସ୍‌ପି କହିଛନ୍ତି- ବାସନ୍ତୀଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି।

ସେପଟେ ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଏସସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଲୁସି ଦାସଙ୍କ ନେତୃତ୍ୱରେ ସାତ ଜଣିଆ ଡ଼ାକ୍ତରୀ ଟିମ୍ ତଦନ୍ତ ରିପୋର୍ଟ ଦେଇଛି। ଯେଉଁଥିରେ ଦର୍ଶାଯାଇଛି, ଗତବର୍ଷ ମାର୍ଚ୍ଚ ମାସରେ ଦୁଷ୍ମନ୍ତ ଗୁରୁତର ଅବସ୍ଥାରେ ଏସସିବି ଆସିବା ପରେ ତାଙ୍କର ତୁରନ୍ତ ଅର୍ଥୋପେଡିକ ବିଭାଗ ଓ ପରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଅପରେସନ କରାଯାଇଥିଲା। ଗୋଟିଏ ଗୋଡର ନର୍ଭ ଖରାପ ହୋଇଯିବାରୁ ତାଙ୍କୁ ଫିଜିଓଥୋରାପି ସହ ଅର୍ଥୋପେଡିକ ଜୋତା ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ସେ ଏହା ନକରି ଉନ୍ନତ ମାନର ଚିକିତ୍ସା ପାଇଁ ଇଛା ପ୍ରକାଶ କରିବାରୁ ଭୁବନେଶ୍ୱର ଏମ୍ସକୁ ଗତ ୬ତାରିଖରେ ଡିସଚାର୍ଜ ରେଫର କରାଯାଇଥିଲା। ଏହି ସମୟରେ ତାଙ୍କର ସମସ୍ତ ଚିକିତ୍ସା ମାଗଣାରେ ହୋଇଥିଲା। ରିପୋର୍ଟ ପ୍ରଦାନ ପୂର୍ବରୁ ଗତକାଲି ଏସସିବି ଜରୁରୀକାଳୀନ ଅଧିକାରୀ କହିଥିଲେ, ଦୁଷ୍ମନ୍ତଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଆଦୌ ଠିକ୍ ନୁହେଁ।

Advertisment

ଏଣେ ଦୁଷ୍ମନ୍ତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକୁ ପୁଣି ଦୋହରାଇଛି ବିଜେପି। ଆଜି କେତେକ ଅସମାହିତ ପ୍ରଶ୍ନ ଉଠାଇ ଏହାର ଜବାବ ମାଗିଛନ୍ତି ବରିଷ୍ଠ ନେତା ମନମୋହନ ସାମଲ। ସେ ଅଭିଯୋଗ କରିଛନ୍ତି- ରାତିରେ ଦୁଷ୍ମନ୍ତଙ୍କ ପୋଷ୍ଟମର୍ଟମ କଲେ, ହେଲେ ଗାଁକୁ ଶବ କାହିଁକି ନେଲେ ନାହିଁ। ତାଙ୍କ ଝିଅ ନାଁରେ ୩୦ ଲକ୍ଷ ଓ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ମିଳୁ। ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରନ୍ତୁ। ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ପ୍ରତିକ୍ରିୟା ରଖି ରାଜ୍ୟରେ ସ୍ୱାସ୍ଥ୍ୟସେବାର ଅସଲ ଚିତ୍ର ଧରାପଡିଥିବା କହିଥିଲେ। ତେଣେ ପାରାଦୀପ ବିଧାୟକ ସଂବିତ ରାଉତରାୟ କହିଛନ୍ତି ମାନବିକତା ଦୃଷ୍ଟିରୁ ଦୁଷ୍ମନ୍ତଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛି।

ରିପୋର୍ଟ: ରମାକାନ୍ତ ନାଏକ ଓ ପ୍ରଭାତ ବିଷୋୟୀ, ଅରିନ୍ଦମ ଦାସ

Odisha Assembly Suicide Attempt
Advertisment
Advertisment