Advertisment

Raja Chakra Arrested: 'ଚକ୍ର' ଦୁର୍ନୀତିର ଚକ୍ରବ୍ୟୁହ ଭାଙ୍ଗିଲା, ୮ ଦିନ ପରେ ଗିରଫ କଲା କ୍ରାଇମବ୍ରାଞ୍ଚ

ବର୍ଷ କେଇଟା ଭିତରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ଜରିଆରେ ହକରରୁ ଶ୍ରମିକ ଓ ସାଧାରଣ ମଣିଷଙ୍କ ହକ୍ ହଡ଼ପ କରି ଟଙ୍କାର ପାହାଡ଼ ଠିଆ କରିଥିବା ବିଜେଡି ନେତା ସୌମ୍ୟଶଙ୍କର ଓରଫ ରାଜା ଚକ୍ରଙ୍କୁ ଗିରଫ ପରେ ସୋସାଇଟି ଆଳରେ ସେ କେମିତି କରୁଥିଲେ କୋଟି କୋଟିର ଖେଳ ତାର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ୍।

raja

raja

Advertisment

କ୍ରାଇମବ୍ରାଞ୍ଚEOWର ଚକ୍ରବ୍ୟୂହରେ ବିଜେଡି ନେତା ରାଜା ଚକ୍ର। 8 ଦିନ କାଳ ଘନ ଘନ ରେଡ୍, ଘଣ୍ଟାଚକଟା ପରେ ଶେଷରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ମହା ଘୋଟାଲା ମାମଲାରେ ରାଜାଙ୍କୁ ବାନ୍ଧିଛି EOW। ସାମ୍ନାକୁ ଆସିଛି ବର୍ଷ ବର୍ଷ ଧରି ଲୋକଙ୍କ ଟଙ୍କା ହଡ଼ପ କରି କୁବେର ବନିବାର ରହସ୍ୟ। ରାଜା ଚକ୍ରଙ୍କ ଗିରଫଦାରୀ ପରେ ଏବେ ଅନେକ ନେତାଙ୍କ ଛାତି ଧଡ଼ ଧଡ଼। କ୍ରାଇମବ୍ରାଞ୍ଚ କହିଛି, କେଉଁମାନେ ଏ ବଡ଼ କେଳେଙ୍କାରୀରେ ସଂପୃକ୍ତ ତାର ପ୍ରସ୍ତୁତ ଚାଲିଛି ତାଲିକା।

Advertisment

ଭାଙ୍ଗିଲା 'ଚକ୍ର' ଦୁର୍ନୀତିର ଚକ୍ରବ୍ୟୂହ, ଖୋଲିଲା ପୂରା ଘୋଟାଲାର କଳାଚିଠା ମାର୍ଚ୍ଚ 4, EOW ଅଫିସରେ ଜେରାରୁ ବାହାରିବା ପରର ସେ ସମୟର ତୋଡ୍...ଆଉ ଜୋକ ମୁହଁରେ ଲୁଣ ଦେଲା ପରି ଆଜି ଗିରଫ ବେଳର ସିନ୍। ବର୍ଷ କେଇଟା ଭିତରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ଜରିଆରେ ହକରରୁ ଶ୍ରମିକ ଓ ସାଧାରଣ ମଣିଷଙ୍କ ହକ୍ ହଡ଼ପ କରି ଟଙ୍କାର ପାହାଡ଼ ଠିଆ କରିଥିବା ବିଜେଡି ନେତା ସୌମ୍ୟଶଙ୍କର ଓରଫ ରାଜା ଚକ୍ରଙ୍କୁ ଗିରଫ ପରେ ସୋସାଇଟି ଆଳରେ ସେ କେମିତି କରୁଥିଲେ କୋଟି କୋଟିର ଖେଳ ତାର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ୍।

ଅଧିକ ପଢ଼ନ୍ତୁ: ‘ଆସନ୍ତା ବର୍ଷ ସରିବ ଗୁଣ୍ଡିଚା ମନ୍ଦିର ରୋଷଘର କାମ’

ପ୍ରଥମେ ଘୋଟାଲା କଣ ଜାଣିବା ପୂର୍ବରୁ ଜାଣନ୍ତୁ କଣ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନସପୋର୍ଟ କୋଅପରେଟିଭ୍ ସୋସାଇଟି? କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ କେନ୍ଦୁଝର ଶୁଆକାଟିରେ ପ୍ରଥମେ 10ରୁ 11ଟି ଗାଁ ଲୋକ ମିଶି ଏଇ ଗନ୍ଧମାର୍ଦ୍ଦନ ଲୋଡିଂ ସମବାୟ ସମିତି ଗଢ଼ିଥିଲେ। ଉଦ୍ଦେଶ୍ୟ ଥିଲା ଏଥିରୁ ଯାହା ପ୍ରଫିଟ୍ ହେବ ଅଞ୍ଚଳର ବିକାଶ ହେବ, ଲୋକଙ୍କୁ ରୋଜଗାର ମିଳିବ। ବାହାରର କେହି ଲୋକ ସୋସାଇଟିରେ ରହି ପାରିବେ ନାହିଁ। କିନ୍ତୁ ବାହାରର ପ୍ରଭାବଶାଳୀ ନେତା ଓ ପ୍ରଶାସକଙ୍କୁ ଧରି ବିଜେଡି ନେତା ରାଜା ଚକ୍ର ଏଥିରେ ଏଣ୍ଟ୍ରି ମାରିଲେ। ସଭାପତି ଓ ସଂପାଦକଙ୍କୁ ସଖୀ କଣ୍ଢେଇ କରି ପ୍ରଭାବଶାଳୀ ନେତା ରାଜାଙ୍କ ଜରିଆରେ ଠାକୁର ଖାଇ ଖଟୁଲି ଖାଇଲା ଭଳି ପୂରା ସୋସାଇଟିକୁ ଖୋଳ କରି ଚାଲିଲେ। 2012-13 ପରେ ସଂସ୍ଥାର ଅଡିଟ୍ ହେଲାନି। ଯେଉଁ 2017-18ରୁ ମାର୍ଚ୍ଚ 2024 ଯାଏଁ ସୋସାଇଟି ଖାତାରେ 185 କୋଟି ଇନକମ୍ ଦର୍ଶାଗଲା, ତାହା ବି କେମିତି ହଡ଼ପ ହେଲା ତାର ଗୋଟି ଗୋଟି ହିସାବ ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର।

Advertisment

ପାରିପାର୍ଶ୍ବିକ ବିକାଶ ପାଇଁ 34 କୋଟି ଖର୍ଚ୍ଚ ଦର୍ଶାଇ ପୂରା ଅର୍ଥ ଚଳୁ ହୋଇଛି, ସୋସାଇଟି ଗାଡ଼ି ବଦଳରେ ନିଜ ଟ୍ରାନସପୋର୍ଟଂ ଗାଡ଼ି ଓ ମେସିନାରୀରେ ରାଜା ପକାଇଛନ୍ତି 9.1 କୋଟି ଟଙ୍କାର ତେଲ, ଲୋକଙ୍କ ମୁହଁ ଚୁପ କରି ସମର୍ଥନ ହାସଲ ପାଇଁ ଦୁଇ ଗାଁରେ ବଣ୍ଟା ହେଇଛି 33 କୋଟି ଟଙ୍କା, ମେସିନରେ କାମ କରି ମିଛ ମଷ୍ଟର ରୋଲରେ ଲେବର କାମ କରୁଥିବା ଦର୍ଶାଇ ହ଼ଡ଼ପ କରିଛନ୍ତି 74 କୋଟି ଟଙ୍କା। ଏସବୁ ଆପାତତଃ ପ୍ରମାଣ ଲାଗିବା ପରେ ଆଜି ରାଜାଙ୍କୁ ଗିରଫ କରାଯାଇଥିଲା ବେଳେ ଆଉ ତିନି ଜଣଙ୍କ ବିରୋଧରେ ତଥ୍ୟପ୍ରମାଣ ସଂଗ୍ରହ ଚାଲିଥିବା ସୂଚନା ଦେଇଛନ୍ତି ଡିଜି। ତେବେ ରାଜା କହିଛି ନ୍ୟାୟ ପାଳିକା ଉପରେ ମୋର ବିଶ୍ବାସ ଅଛି, ସବୁ ତଥ୍ୟ ପଦାକୁ ଆସିବ।

ପୂର୍ବରୁ ଏଇ ମାମଲରେ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ୍। ତେବେ ଗିରଫ ନିଶ୍ଚିତ ଜାଣି ରାଜା ଚକ୍ର ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ଆଣିଥିବାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ରାଜା ବିରୋଧରେ ପୁଖ୍ତା ପ୍ରମାଣ ଯୋଗାଡ଼ରେ ଲାଗି ପଡ଼ିଥିଲା। ଯେଉଁଥିପାଇଁ ରାଜ୍ୟବ୍ୟାପୀ ପାଖାପାଖି ୧୬ଟି ସ୍ଥାନରେ ଦୀର୍ଘ ୯ ଦିନ ଧରି ରେଡ୍ ଚାଲିଛି। ଯେଉଁ ରେଡରୁ ସାମ୍ନାକୁ ଆସିଛି, ରାଜାର ଆଲିସାନ୍ ଫାର୍ମ ହାଉସ୍, 3ଟି କଂପାନି, 42ଟି ଦାମୀ ଗାଡ଼ି, ଭୁବନେଶ୍ବରରେ ଦାମୀ ଫ୍ଲାଟ୍ ସହ କୋଟି କୋଟି ଟଙ୍କାର ସଂପତ୍ତି। ଆଉ କାଲି ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା ହଟିବା ପରେ ଆଜି ଇଓଡବ୍ଲୁ ପନ୍ଝାକୁ ଆସିଛନ୍ତି ରାଜା। ତେବେ ରାଜାଙ୍କ ଏଇ ଟଙ୍କା ହଡ଼ପ ଚକ୍ରାନ୍ତରେ କେଉଁ କେଉଁ ବଡ଼ ମୁଣ୍ଡ ସଂପୃକ୍ତ ଅଛନ୍ତି, ଅଭିଯୋଗ ଅନୁସାରେ କେଉଁ ପ୍ରଭାବଶାଳୀ ବିଜେଡି ନେତା ଓ ପ୍ରଶାସକଙ୍କ ସିଧାସଳଖ ସଂପୃକ୍ତି ରହିଛି, ସେସବୁର ଖୋଳତାଡ଼ ପାଇଁ ରାଜାଙ୍କୁ କାଲି କୋର୍ଟ ଚାଲାଣ ପରେ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତ ହେଉଛି ଇଓଡବ୍ଲୁ।

Advertisment

ଅଧିକ ପଢ଼ନ୍ତୁ: ବିଜେଡି ନେତା ରାଜା ଚକ୍ର ଗିରଫ

Crime Branch EOW Raja Chakra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ