Advertisment

ମହିଳା ସାମ୍ବାଦିକଙ୍କୁ ଉପରକୁ କୁକୁର ଛାଡିଦେଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗାଯିବା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା କୁକୁର ଆକ୍ରମଣର ଶିକାର ହେଲେ ଏକ ଘରୋଇ ଚ୍ୟାନେଲର ମହିଳା ସାମ୍ବାଦିକ।

author-image
Manoranjan Behera
ଅଦ୍ୟତନ ହୋଇଛି
BJD Leader Releases Dogs on Lady Journalist

Women Journalist

ଖବର ସଂଗ୍ରହ ବେଳେ ମହିଳା ସାମ୍ବାଦିକଙ୍କୁ ଉପରକୁ କୁକୁର ଛାଡିଦେଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ। ଏନେଇ ସମ୍ପୃକ୍ତ ଘରୋଇ ଚ୍ୟାନେଲ ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇଛି। ରଘୁନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Advertisment

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଘରକୁ ଲାଗି ରହିଛି ରଘୁନନ୍ଦନ ଦାସଙ୍କ ଘର। ପ୍ରଣବଙ୍କ ଘର ଭଙ୍ଗାଯିବା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା ସାମ୍ବାଦିକ ଜଣକ ରଘୁନନ୍ଦନଙ୍କ ଘର ଦେଇ ଯାଇଥିଲେ। ଏହି ସମୟରେ ରଘୁନନ୍ଦନ ପାଖରେ ଥିବା କୁକୁରଙ୍କୁ ଛାଡିବାକୁ ତାଙ୍କ ଲୋକଙ୍କୁ କହିଥିଲେ। ସେମାନେ କାହିଁକି ମୋ ଘରକୁ ପଶିଛନ୍ତି ବୋଲି କହିବାରୁ କୁକୁରଙ୍କୁ ହଠାତ ଛାଡି ଦେଇଥିଲେ ରଘୁନନ୍ଦନ ଦାସଙ୍କ ସହଯୋଗୀ। ଯାହାକୁ ବିରୋଧ କରିବା ସହ ସମ୍ପୃକ୍ତ ଚ୍ୟାନେଲର କର୍ମଚାରୀ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପଢନ୍ତୁ ଏହି ଖବର: ଖଣି ଲୁଟେରା ଯିବେ ଝାରପଡ଼ା ଜେଲ୍; ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ

Advertisment

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗାଯିବା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା କୁକୁର ଆକ୍ରମଣର ଶିକାର ହେଲେ ଏକ ଘରୋଇ ଚ୍ୟାନେଲର ମହିଳା ସାମ୍ବାଦିକ। ପ୍ରଣବ ପ୍ରକାଶଙ୍କ ଘରକୁ ଲାଗି ରହିଛି ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଘର ସାମ୍ବାଦିକ ଜଣକ ସେହି ବାଟ ଦେଇ ପ୍ରଣବଙ୍କ ଘରକୁ ଯାଉଥିବା ବେଳେ ରଘୁନନ୍ଦନ ପାଖରେ ଥିବା କୁକୁରଙ୍କୁ ଛାଡିବାକୁ ଲୋକଙ୍କୁ କହିଥିଲେ।

ଏପରିକି କ୍ୟାମେରାରେ ରେକର୍ଡ ହୋଇଥିବା ସଂପୃକ୍ତ ସାମ୍ବାଦିକା ଓ ରଘୁନନ୍ଦନଙ୍କ କଥାବାର୍ତ୍ତାରୁ ରଘୁନନ୍ଦନ କୁକୁର କାହିଁକି ଛାଡିବିନି ବୋଲି ଓଲଟା ଯୁକ୍ତି କରୁଥିବା ଦେଖିବାକୁ ମିଳିଛି। ଏଭଳି ଘଟଣାକୁ ନେଇ ସାମ୍ବାଦିକ ମହଲରେ ଉଦବେଗ ପ୍ରକାଶ ପାଇଛି।

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସରେ ଜିଏ ଅଧିକାରୀ। ଜିଏ ବିଭାଗର ୩ ଅଧିକାରୀ ବବିଙ୍କ କ୍ୱାର୍ଟର୍ସ ଭିତରକୁ ଗଲେ। ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଭିତରେ ବୁଲିଲେ ଜିଏ ଅଧିକାରୀ। ବବିଙ୍କ କ୍ୱାର୍ଟର୍ସ ଭିତରେ ନିର୍ମାଣ ଭଙ୍ଗାକୁ ନେଇ ବିବାଦ ଦେଖାଦେଇଛି। କାହିଁକି ନିର୍ମାଣ ହୋଇଥିଲା ଏବଂ କାହିଁକି ଭଙ୍ଗାଯାଉଛି, ତାକୁ ନେଇ ଚର୍ଚ୍ଚା।

ବବିଙ୍କ କ୍ବାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀ ଦେଇଛନ୍ତି ବଡ଼ ସୂଚନା। ନିର୍ମାଣ ପାଇଁ ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ଅଧିକାରୀ। ମୂଳ କ୍ୱାର୍ଟର୍ସ ଯାହା ଯେମିତି ଥିଲା, ସେମିତି ରହିଛି। କିନ୍ତୁ କ୍ୱାର୍ଟର୍ସ ପରିସରରେ ଦୁଇଟି ବଡ଼ କୋଠା ନିର୍ମାଣ କରାଯାଇଛି। ପ୍ରାୟ ୨ ହଜାର ବର୍ଗଫୁଟର ଷ୍ଟିଲ ଷ୍ଟ୍ରକଚର ନିର୍ମାଣ କରାଯାଇଛି। ନିର୍ମାଣ କରାଯାଇଥିବା ଏହି ଷ୍ଟ୍ରକଚର ଦୁଇଟି ଭଙ୍ଗାଯାଇଛି। ଏନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା କି ନାହିଁ ତଦନ୍ତ ହେବ। ଯଦି ନିର୍ମାଣ ବେଆଇନ ହୋଇଥିବ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି GA ଅଧିକାରୀ।

Attack Dogs Women Journalists
Advertisment
Advertisment