Advertisment

ମିଛ ସାକ୍ଷୀ ଦେଇ ଫସିଲେ ଆସିଷ୍ଟାଣ୍ଟ ଇଂଜିନିୟର, ହେଲେ ଚାକିରିରୁ ବିଦା

ଗତ ୨୦୧୧ ମସିହାରେ ଉପେନ୍ଦ୍ର ବରଗଡ଼ ସୋହେଲାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ସମୟରେ ବରଗଡ଼ ୱେଷ୍ଟ ଇଲେକ୍ଟ୍ରିକାଲ ଡିଭିଜନର ବରିଷ୍ଠ କିରାଣୀ ଆନନ୍ଦ ସରାଫଙ୍କ ଟ୍ରାପ କେସରେ ସରକାରୀ ସାକ୍ଷୀ ଭାବେ ଉପସ୍ଥିତ ଥିଲେ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Upendra Bhanja Naik

Upendra Bhanja Naik

ମିଛ ସାକ୍ଷୀ ଦେଇ ଚାକିରି ଗଲା । ଏକ ଭିଜିଲାସନ୍ସ ମାମଲାରେ ମିଛ ସାକ୍ଷୀ ଦେବା କାରଣରୁ ଚାକିରି ହରାଇଲେ ଆସିଷ୍ଟାଣ୍ଟ ଇଂଜିନିୟର । ସମ୍ବଲପୁରର ଏକ ଭିଜିଲାସନ୍ସ ମାମଲାର ବିଚାର ସମୟରେ ମିଛ ସାକ୍ଷୀ ଦେବାକୁ ନେଇ ବରଗଡ ବିଜେପୁର RWSS ଆସିଷ୍ଟାଣ୍ଟ ଇଂଜିନିୟର ଉପେନ୍ଦ୍ର ଭଞ୍ଜ ନାଏକଙ୍କୁ ସରକାର ଚାକିରିରୁ ବହିଷ୍କାର କରିଛନ୍ତି ।

Advertisment

ଗତ ୨୦୧୧ ମସିହାରେ ଉପେନ୍ଦ୍ର ବରଗଡ଼ ସୋହେଲାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ସମୟରେ ବରଗଡ଼ ୱେଷ୍ଟ ଇଲେକ୍ଟ୍ରିକାଲ ଡିଭିଜନର ବରିଷ୍ଠ କିରାଣୀ ଆନନ୍ଦ ସରାଫଙ୍କ ଟ୍ରାପ କେସରେ ସରକାରୀ ସାକ୍ଷୀ ଭାବେ ଉପସ୍ଥିତ ଥିଲେ । ସମସ୍ତ ଘଟଣା ତାଙ୍କ ସମ୍ମୁଖରେ ହୋଇଥିଲା । ତେବେ ମାମଲାର ବିଚାର ସମୟରେ ସେ ନିଜ ବୟାନ ବଦଳାଇ ଦେଇଥିଲେ ବୋଲି ଭିଜିଲାନ୍ସ ଅଭିଯୋଗ କରିଥିଲା ।

ଏହି ଅଭିଯୋଗ ଆଧାରରେ ଉପେନ୍ଦ୍ରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ତାଙ୍କୁ ସରକାର ଚାକିରିରୁ ବହିଷ୍କାର କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆ ଯାଇଛି ।

Advertisment
Vigilance Case
Advertisment
Advertisment