• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୃତ୍ୟୁ ପୂର୍ବରୁ ଶେଷ ଚିଠି । ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍ ନୋଟ୍ । ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଦେଇଛନ୍ତି ଭୁବନେଶ୍ୱର ନନ୍ଦନବିହାରର ସୌମ୍ୟ ରଞ୍ଜନ ପାଣିଗ୍ରାହୀ । ଯେଉଁଥିରେ ରହିଛି ପ୍ରେମିକାର ପ୍ରତାରଣା ହେଟ୍ ଷ୍ଟୋରୀ । ପ୍ରାୟ ମାସେ ଧରି ଜାରି ରହିଥିବା ତ୍ରିକୋଣୀୟ ପ୍ରେମର ଯନ୍ତ୍ରଣାଦାୟକ କାହାଣୀ । ଏସବୁ ଲେଖି ଜୀବନ ହାରିଦେଇଛନ୍ତି ସୌମ୍ୟରଂଜନ । ଆଉ ଯାହାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ଘରୁ । ଆତ୍ମହତ୍ୟା ପଛରେ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ ।

ସୌମ୍ୟରଂଜନ ପାଣିଗ୍ରାହୀ । ନିଶା ତାଙ୍କର ମଡେଲିଂ । ଏଥିପାଇଁ ମୁମ୍ବାଇରେ ବି ରହୁଥିଲେ । କିନ୍ତୁ ଲକ୍‌ଡାଉନ୍ ପ୍ରଭାବରେ ପ୍ରଭାବିତ ହୋଇଗଲା ତାଙ୍କ କ୍ୟାରିୟର୍ । ପରିବାର ଲୋକଙ୍କ କହିବା କଥା, ଜଣେ ଯୁବତୀଙ୍କ ସହ ପରିଚିତ ହୁଏ ଭୁବନେଶ୍ୱରର ଏକ ଜିମ୍‌ରେ । ସେହି ପରିଚୟରୁ ନିବିଡ଼ତା ଆସେ ଉଭୟଙ୍କ ସମ୍ପର୍କରେ । ଏକଥା ସୌମ୍ୟଙ୍କ ପରିବାର ଲୋକେ ବି ଜାଣିଥିଲେ । ସେଥିପାଇଁ ବିବାହ ଯାଏଁ କଥା ବି ଯାଇଥିଲା । କିନ୍ତୁ ଗତ ୨୯ ଦିନ ଭିତରେ ବିଗିଡ଼ିଗଲା ସମ୍ପର୍କ । ସଂପୃକ୍ତ ଯୁବତୀ ଆଉ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା କଥା ସୌମ୍ୟ ଜାଣିବା ପରେ ଶେଷରେ ଆତ୍ମହତ୍ୟା କରିିଥିବା ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି । ତେବେ ସଂପୃକ୍ତ ଯୁବତୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ତାଙ୍କ ବାପା କିନ୍ତୁ ଉଭୟଙ୍କ ସମ୍ପର୍କ ବିଷୟରେ କିଛି ଜାଣିନଥିବା କହିଛନ୍ତି ।

 

ସେମିତି ଆଉ ଏକ ଘଟଣା ହେଉଛି, ପୁରୀ ଜିଲ୍ଲା କାକଟପୁର ଚନ୍ଦନବଜାରରେ ଜଣେ ଯୁବତୀଙ୍କୁ ଭିଡ଼ିଓ କଲ୍ କରି ଜଣେ ଯୁବକଙ୍କ ଲାଇଭ୍ ସୁଇସାଇଡ୍‌ର ଚିତ୍ର ଭାଇରାଲ୍ ହେଉଛି । ମୃତ ଯୁବକଙ୍କ ନାଁ ପ୍ରତେୟ ଜେନା । ଘର ଜଗତସିଂପୁର ଜିଲ୍ଲାରେ । ସେ ଚନ୍ଦନବଜାରରେ ଏକ ଲୁଗା ସୋ ରୁମ୍‌ର କର୍ମଚାରୀ । ତେବେ ଉଭୟଙ୍କ ମଧ୍ୟରେ କି ସମ୍ପର୍କ ଥିଲା ? କାହିଁକି ଭିଡ଼ିଓ କଲ୍ କରି LIVE ସୁଇସାଇଡ୍ କଲେ ? ତାକୁ ନେଇ ଜାରି ରହିଛି ପୋଲିସର ଖୋଳତାଡ଼ ।

ପ୍ରେମ ଆଉ ପ୍ରତାରଣାର କାହାଣୀ ଭିତରେ ଯୁବପୀଢ଼ିଙ୍କ ଅଭାବନୀୟ ମୃତ୍ୟୁ, ନୂଆ ନୁହେଁ । ଝରାଫୁଲଙ୍କଠୁ ଆରମ୍ଭ କରି ପ୍ରିୟଙ୍କା ଯାଏଁ ବଳିପଡ଼ିଛନ୍ତି ଏଭଳି ପ୍ରେମରେ । ଏପରିକି ଛାତ୍ରର ପ୍ରେମ ପାଇଁ ଆତ୍ମହତ୍ୟା କରିଦେଇଥିଲେ ରାଜଧାନୀର ଜଣେ ଶିକ୍ଷୟିତ୍ରୀ । ଏସବୁ ଭିତରେ ଆଜି ସେହି ପ୍ରେମ ପାଇଁ ଦୁଇ ଯୁବକଙ୍କ ପ୍ରାଣନାଶ ଅଭିଯୋଗକୁ ନେଇ ସବୁଠି ଲାଗିରହିଛି ଭିନ୍ନ ଭିନ୍ନ ଚର୍ଚ୍ଚା ।