• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଡବଲ ମର୍ଡର ଘଟଣାରେ ସିନ ରିକ୍ରିଏଟ କରିଛି ପୋଲିସ । ୨ ଅଭିଯୁକ୍ତ ପ୍ରଦୀପ ମଲ୍ଲିକ ଏବଂ ଗଣେଶ ମଲ୍ଲିକଙ୍କୁ ନେଇ କ୍ରାଇମ୍‌ ସିନ୍ ରିକ୍ରିଏଟ କରିଛି କମିଶନରେଟ୍‌ ପୋଲିସ୍ । ହତ୍ୟାରେ ବ୍ୟବହୃତ ଛୁରୀକୁ ପାଞ୍ଚଗାଁ ଗାଙ୍ଗୁଆ କୂଳରେ ଫିଙ୍ଗିଥିଲେ ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି ।

ସୂଚନା ଅନୁସାରେ ଗତକାଲି ରାତିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ନିକଟରୁ ହତ୍ୟା ସମୟରେ ବ୍ୟବହୃତ ଏକ ଗାଡ଼ି ଜବତ ହୋଇଛି । ପୁରୀ ବସ ଷ୍ଟାଣ୍ଡରୁ ବାଇକକୁ ଜବତ କରିଥିଲା ପୋଲିସ । ହତ୍ୟା ପରେ ଉକ୍ତ ବାଇକରେ ଅଭିଯୁକ୍ତ ଫେରାର ହେଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ପୁରୀ ବସଷ୍ଟାଣ୍ଡରୁ ମିଳିଛି ଅଭିଯୁକ୍ତଙ୍କ ବାଇକ୍ ।

ସେପଟେ ଏହି ମାମଲାରେ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ସେ କହିଛନ୍ତି, ଭୁବନେଶ୍ବର ଡବଲ ମର୍ଡର ଘଟଣାରେ ୨ ଅଭିଯୁକ୍ତ ଗିରଫ କରାଯାଇଛି । ଅଭିଯୁକ୍ତ ପ୍ରଦୀପକୁ ପୁରୀ ଓ ଗଣେଶକୁ ଚଣ୍ଡିଖୋଲରୁ ଗିରଫ କରାଯାଇଛି । ତେବେ କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟ ଗାଡ଼ି ପାର୍କିଂରୁ ହିଁ ହତ୍ୟାକାଣ୍ଡ ହୋଇଛି ବୋଲି ଡିସିପି କହିଛନ୍ତି । ଅଭିଯୁକ୍ତ ଗଣେଶ ୨ ଦିନ ତଳେ ଗାଡ଼ି ରଖିବାକୁ ମନା କରିଥିଲା। ପାର୍କିଂ ଆଲର୍ଟ ନଥିବାରୁ ମୃତକ ରଶ୍ମୀ ଗାଡ଼ି ରଖିଥିଲେ। ସେହିଠାରୁ ବିବାଦ ଆରମ୍ଭ ହୋଇଥିଲା । ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ପ୍ରଦୀପ ଛୁରିରେ ରଶ୍ମୀକୁ ଆକ୍ରମଣ କରିଥିଲେ। ଅଟକାଇବାରୁ ରଶ୍ମୀର ସାଙ୍ଗ ସମ୍ବିତଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ରଶ୍ମୀ ଓ ସମ୍ବିତଙ୍କର ହୋଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now